ଓଡିଶା

odisha

ETV Bharat / state

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ଵାଧିନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଶୁକ୍ରବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭେଟରାନ ସ୍ଵାଧିନତା ସଂଗ୍ରାମୀ ମହମ୍ମଦ ବାଜୀ(୧୦୩) ଶେଷକୃତ୍ୟ ସମ୍ପନ୍ନ ହୋଇଛି।

By

Published : Jun 28, 2019, 2:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଭେଟରାନ ସ୍ଵାଧିନତା ସଂଗ୍ରାମୀ ମହମ୍ମଦ ବାଜୀ(୧୦୩) ଗତକାଲି ନବରଙ୍ଗପୁର ସହର ସୁନାରୀ ସାହି ସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଶୁକ୍ରବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଯାଇଥିଲା । ଏହି ବରିଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କ ପାର୍ଥିବ ଶରୀରର ଶେଷଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏଥିସହ ଜିଲ୍ଲାର କୋଣଅନୁକୋଣରେ ଥିବା ତାଙ୍କ ଅନୁଗାମୀ ପହଞ୍ଚି ଶେଷଯାତ୍ରାରେ ସାମିଲ ହେବାସହ ମରଶରୀରକୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସହରବାସୀଙ୍କ ତରଫରୁ ପ୍ରତ୍ୟେକ ଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ଅନ୍ତିମ ବିଦାୟ ତଥା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ଏବଂ ତାଙ୍କ ସମ୍ମାନରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଗାନ୍ଧିବାଦୀ ଆଦର୍ଶର ଶେଷ ସନ୍ତକ ଓ ବରିଷ୍ଠ ସ୍ଵାଧୀନତା ସଂଗ୍ରାମୀକୁ ଶେଷ ସମ୍ମାନ ଦେବାପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ରହିଥିଲ । ଶୋଭାଯାତ୍ରାରେ ମନ୍ତ୍ରୀ ପଦ୍ମିନୀ ଦିଆନ, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାପ୍ରଶାସନର ଅନେକ ଉଚ୍ଚ ପଦସ୍ଥ ଅଧିକାରୀମାନେ ସାମିଲ ହୋଇଥିଲେ । ଶୋଭାଯାତ୍ରା ପରେ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ତାଙ୍କ ରୀତିନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details