ଓଡିଶା

odisha

ETV Bharat / state

ଟ୍ରଫି ବଦଳରେ ମେଣ୍ଢା, କୁକୁଡା ପୁରସ୍କାର - ଫୁଟବଲ ଟୁର୍ଣ୍ଣାମେଣ୍ଟ

ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ବିଜେତାଙ୍କୁ ଟ୍ରଫି ବଦଳରେ ମିଳୁଛି ଜୀଅନ୍ତା ମେଣ୍ଢା, ବକଡ଼ା, କୁକୁଡ଼ା ଓ ଗଞ୍ଜା ପୁରସ୍କାର। ଅଧିକ ପଢ଼ନ୍ତୁ...

ଟ୍ରଫି ବଦଳରେ ମେଣ୍ଢା, କୁକୁଡା ପୁରସ୍କାର

By

Published : Nov 4, 2019, 9:23 PM IST

ନବରଙ୍ଗପୁର: ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ବଦଳରେ ମିଳୁଛି ଜୀଅନ୍ତା ମେଣ୍ଢା, ବକଡ଼ା, କୁକୁଡ଼ା ଓ ଗଞ୍ଜା ପୁରସ୍କାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ। ଆପଣ ମାନେ ଅନେକ ଛୋଟମୋଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିଥିବେ। କେଉଁଠି ମୋଟା ଅଙ୍କର ପୁରସ୍କାର ତ ଆଉ କେଉଁଠି ବଡ଼ ବଡ଼ ଟ୍ରଫି ରଖାଯାଇଥାଏ ବିଜୟ ଦଳ ପାଇଁ। କିନ୍ତୁ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏପରି ଏକ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଛି।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତରେ ଥିବା ଭିମାଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଛି ଏକ ନିଆରା ଢଙ୍ଗର ଫୁଟବଲ ଟୁର୍ଣ୍ଣାମେଣ୍ଟ। ସୋମବାର ଟୁର୍ଣ୍ଣାମେଣ୍ଟର ଉଦଯାପନୀ ମ୍ୟାଚ ଚିତ୍ରକୋଟ ଏବଂ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଖେଳା ଯାଇଥିଲା। ଚିତ୍ରକୋଟ ଦଳ 4-3 ଗୋଲରେ ତେନ୍ତୁଳିଖୁଣ୍ଟିକୁ ପରାଜିତ କରିଥିଲା । ତେବ ବିଜେତା ଓ ରନରଅପକୁ ଟ୍ରଫି ବଦଳରେ ମିଳିଛି ମେଣ୍ଢା,ବକଡ଼ା, କୁକୁଡ଼ା ଓ ଗଞ୍ଜା।

ଟ୍ରଫି ବଦଳରେ ମେଣ୍ଢା, କୁକୁଡା ପୁରସ୍କାର

ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି । ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଖେଳ ଶେଷରେ ବିଜୟୀ ଓ ପରାଜିତ ଦଳକୁ ପୁରସ୍କାର ସ୍ବରୂପ ଏହି ପୁରସ୍କାର ପ୍ରଧାନ କରିଥିଲେ ବିଧାୟକ। ଟ୍ରଫି ପାଇଲେ ଏହା ଜଣକ ପାଖରେ ରହିବ କିନ୍ତୁ ମେଣ୍ଡା, ବକଡ଼ା ଓ କୁକୁଡ଼ା ଗଞ୍ଜାକୁ ନେଇ ବିଜୟ ଓ ପରାଜୟ ଦଳ କରନ୍ତି ଭୋଜି। ତେଣୁକରି ଏହି ଟ୍ରଫି ରଖାଯାଇଛି ବୋଲି କହିଛନ୍ତି ଆୟୋଜକ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details