ଓଡିଶା

odisha

ETV Bharat / state

ଶିଶୁଗୃହର ଶିଶୁ ମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ଶିବିର

ନବରଙ୍ଗପୁରରେ ଶିଶୁ ମାନଙ୍କୁ ନିଯୁକ୍ତି ଭିତ୍ତିକ, ବୈଷୟିକ ତାଲିମ ଶିକ୍ଷା ଓ ପରାମର୍ଶ ଦେବା ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଛି । ତାଲିମ ଶିକ୍ଷା ଓ ପରାମର୍ଶ ଦେବା ପାଇଁ ବିଭିନ୍ନ କଲେଜ ଶିକ୍ଷାନୁଷ୍ଠାନର ଅଧିକାରୀ ଉପସ୍ଥିତ ରହିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

By

Published : Jun 25, 2019, 7:38 PM IST

Updated : Jun 25, 2019, 7:51 PM IST


ନବରଙ୍ଗପୁର: ଜିଲ୍ଲାର ୯ଟି ଶିଶୁ ଗୃହର ଶିଶୁ , ଯେଉଁମାନେ ଦଶମ ଓ ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି ସେମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ବୈଷୟିକ ତାଲିମ ଶିକ୍ଷା ଜନିତ ଏକ ଦିବସୀୟ କର୍ମଶାଳା ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ଆୟୋଜିତ ହୋଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଯୋଗଦେଇ ଶିଶୁ ମାନେ ଭଲ ପାଠପଢି ସମାଜରେ କିପରି ଜଣେ ଭଲ ମଣିଷ ହୋଇ ଜୀବନ ଗଡ଼ିବେ ଏ ବିଷୟରେ ଉପସ୍ଥିତ ଶିଶୁ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଶିଶୁ ମାନଙ୍କୁ ନିଯୁକ୍ତି ଭିତ୍ତିକ, ବୈଷୟିକ ତାଲିମ ଶିକ୍ଷା ଓ ପରାମର୍ଶ ଦେବା ପାଇଁ ବିଭିନ୍ନ ସରକାରୀ ଆଇଟିଆଇ ଓ ସରକାରୀ ପଲିଟେକନିକ କଲେଜ ଶିକ୍ଷାନୁଷ୍ଠାନ ମାନଙ୍କରୁ ବହୁ ପ୍ରିନ୍ସିପାଲ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦେଇଥିଲେ।

ନବପଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jun 25, 2019, 7:51 PM IST

ABOUT THE AUTHOR

...view details