ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଡାବୁଗାଁରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ଅଭିଯୋଗ । ଦିନେ କି ଦୁଇ ନୁହେଁ ଗତ 2ମାସ ହେଲାଣି ଡାବୁଗାଁରେ ଇଣ୍ଟରନେଟ ଏକ ପ୍ରକାର ଠପ୍ ହୋଇ ଯାଇଥିଲା ଅଭିଯୋଗ ହୋଇଛି ।
ଡାବୁଗାଁରେ କାମ କରୁନି ଇଣ୍ଟରନେଟ ସେବା - ଇଣ୍ଟରନେଟ ସେବା
ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ କାମ କରୁନି ଇଣ୍ଟରନେଟ ସେବା । ଗତ 2 ମାସ ଧରି ଏଠାରେ ଇଣ୍ଟରନେଟ ଓ ନେଟୱାର୍କ ଠିକ୍ ଭାବେ କାମ କରୁ ନଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
ଏପରିକି ସଠିକ୍ ଭାବେ ନେଟୱାର୍କ କାମ କରୁ ନଥିବାରୁ ଏଠାକାର ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଡିଜିଲାଟ ଇଣ୍ଡିଆରେ ଇଣ୍ଟରନେଟ ବିନା କୌଣସି କାମ ହେଉ ନ ଥିବା ବେଳେ ଡାବୁଗାଁର ଲୋକେ କୌଣସି ନେଟୱାର୍କ ଠିକ୍ ଭାବେ କାମ କରୁ ନଥିବା ଅଭିଯୋଗ ହୋଇଛି । ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖୁଛନ୍ତି, ହେଲେ ଏବେ ବି ଅନେକ ଗାଁକୁ ସଠିକ୍ ଭାବେ ଇଣ୍ଟରନେଟ ପହଞ୍ଚାଇବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ