ଓଡିଶା

odisha

ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି 73 ନୂଆ ଆକ୍ରାନ୍ତ ଚିହ୍ନଟ

By

Published : Sep 18, 2020, 3:14 PM IST

ନବରଙ୍ଗପୁର ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ସେପ୍ଟେମ୍ବର ମାସ ପହିଲାରୁ ପ୍ରତିଦିନ ଜିଲ୍ଲାରେ ନୂଆ ନୂଆ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ସଂକ୍ରମିତ। ଜିଲ୍ଲାରେ ଆଜି ପୁଣି 73 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି 73 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ
ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି 73 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମଣ। ସେପ୍ଟେମ୍ବର ମାସ ପହିଲାରୁ ପ୍ରତିଦିନ ଜିଲ୍ଲାରେ ନୂଆ ନୂଆ ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି ସଂକ୍ରମିତ। ଜିଲ୍ଲାରେ ଆଜି ପୁଣି 73 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଚିହ୍ନଟ 73 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ ସର୍ବାଧିକ 36ଜଣ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ବ୍ଲକରୁ 4ଜଣ, ଉମରକୋଟ ପୌରାଞ୍ଚଳରୁ 2 ଜଣ, ନବରଙ୍ଗପୁର ବ୍ଲକରୁ 2ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 7 ଜଣ।

ନବରଙ୍ଗପୁର ଜିଲ୍ଲାରେ ଆଜି ପୁଣି 73 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ସେହିପରି ଝରିଗାଁ ବ୍ଲକରୁ 3ଜଣ, ପାପଡାହାଣ୍ଡି ବ୍ଲକରୁ 3ଜଣ, ନନ୍ଦାହାଣ୍ଡି ବ୍ଲକରୁ 2ଜଣ, ରାଇଘର ବ୍ଲକରୁ 7ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2656 ରହିଥିବାବେଳେ ସେମାନଙ୍କ ମଧ୍ୟରୁ 1639 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 1005 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 836 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 59139 କୋରୋନା ଟେଷ୍ଟ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ABOUT THE AUTHOR

...view details