ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ପ୍ରଥମଶ୍ରେଣୀ ବିଚାରପତି ଅଦାଲତ ସ୍ଥାପନ ପାଇଁ ହାଇକୋର୍ଟ ମାଗିଲେ ରିପୋର୍ଟ - ନବରଙ୍ଗପୁର ଖବର

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡିଙ୍ଗାଠାରେ ପ୍ରଥମଶ୍ରେଣୀ ବିଚାରପତି ଅଦାଲତ ସ୍ଥାପନ ପାଇଁ ହାଇକୋର୍ଟଙ୍କ ଆନୁଷଙ୍ଗିକ ରିପୋର୍ଟ। ଏହା ପରେ ଜିଲ୍ଲା ଜଜ୍‍ ଅଶୋକ କୁମାର ପଣ୍ଡା କୋଡିଙ୍ଗା ଗସ୍ତରେ ଯାଇ ସ୍ଥାନୀୟ ବିଡ଼ିଓ, ତହସିଲଦାରଙ୍କ ଉପସ୍ଥିତରେ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି।

ନବରଙ୍ଗପୁରରେ ପ୍ରଥମଶ୍ରେଣୀ ବିଚାରପତି ଅଦାଲତ ସ୍ଥାପନ ପାଇଁ ହାଇକୋର୍ଟ ମାଗିଲେ ରିପୋର୍ଟ
ନବରଙ୍ଗପୁରରେ ପ୍ରଥମଶ୍ରେଣୀ ବିଚାରପତି ଅଦାଲତ ସ୍ଥାପନ ପାଇଁ ହାଇକୋର୍ଟ ମାଗିଲେ ରିପୋର୍ଟ

By

Published : Sep 14, 2020, 7:41 AM IST

ନବରଙ୍ଗପୁର: ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡିଙ୍ଗା ଠାରେ ପ୍ରଥମଶ୍ରେଣୀ ବିଚାରପତି ଅଦାଲତ ସ୍ଥାପନ ପାଇଁ ହାଇକୋର୍ଟଙ୍କ ଆନୁଷଙ୍ଗିକ ରିପୋର୍ଟ। ଏହା ପରେ ନବରଙ୍ଗପୁର ଜିଲ୍ଲା ଜଜ୍‍ ଅଶୋକ କୁମାର ପଣ୍ଡା କୋଡିଙ୍ଗା ଗସ୍ତରେ ଯାଇ ସ୍ଥାନୀୟ ବିଡ଼ିଓ, ତହସିଲଦାରଙ୍କ ଉପସ୍ଥିତରେ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି।

ଏହା ସହିତ କୋର୍ଟ ପାଇଁ ଖାଲିଥିବା କୋଠା ଗୃହର ତଦାରଖ କରିଛନ୍ତି। ଏହାପରେ କୋଷାଗୁମୁଡ଼ା ଗ୍ରାମର କିଛି ଆଇନଜୀବୀ, ସରପଞ୍ଚ, ସ୍ଥାନୀୟ ନେତା ପ୍ରମୁଖ କୋର୍ଟକୁ କୋଡିଙ୍ଗା ବଦଳରେ କୋଷାଗୁମୁଡ଼ା ଠାରେ ସ୍ଥାପନ କରିବା ପାଇଁ ଜଜ୍‍ଙ୍କୁ ଜଣାଇବା ପରେ କୋର୍ଟ ସ୍ଥାପନ ପାଇଁ ଜାଗା ନିରୂପଣ କରିବା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଲା।

ଏପଟେ ଉଭୟ ଗ୍ରାମବାସୀ ନିଜ ନିଜ ଅଂଚଳରେ କୋର୍ଟ ସ୍ଥାପନ ପାଇଁ ନେତା ମନ୍ତ୍ରୀଙ୍କୁ ଧରି ଲବି ଚଳାଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଥିବା ହେତୁ ଜିଲ୍ଲା ଜଜ୍‍ ବାରମ୍ବାର ଉଭୟ ଗ୍ରାମକୁ ଗସ୍ତ କରି ଉଭୟଙ୍କ ସହ ଆଲୋଚନା କରୁଥିବା ଦେଖାଦେଇଛି।

ସୋମବାର ଜିଲ୍ଲା ଜଜ୍‍ କୋଷାଗୁମୁଡ଼ା ଗସ୍ତରେ ଯାଇ ସେଠାରେ ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରିବା ବେଳକୁ କୋଡ଼ିଙ୍ଗାଠାରେ ଶତାଧିକ ଗ୍ରାମବାସୀ ଜିଲ୍ଲା ଜଜ୍‍ଙ୍କୁ ସାକ୍ଷାତ କରି କୋଡିଙ୍ଗାଠାରେ କୋର୍ଟ ସ୍ଥାପନ ପାଇଁ କହିଛନ୍ତି। ଏହା ସହ ପାପଡାହାଣ୍ଡି, କୋଷାଗୁମୁଡ଼ା ବ୍ଲକର ୨୭ଟି ପଂଚାୟତର ପ୍ରସ୍ତାବ ଗୃହୀତ କରି ଏଠାରେ କୋର୍ଟ ସ୍ଥାପନ ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

୧୯୯୨ ମସିହା ଠାରୁ କୋଡିଙ୍ଗାଠାରେ କୋର୍ଟ ସ୍ଥାପନ ପାଇଁ ଦାବି ହୋଇ ଆସୁଥିବା ବେଳେ ଏଠାରେ ତହସିଲଦାର କାର୍ଯ୍ୟାଳୟ ଏବଂ ଥାନା ରହିଛି। କୋଷାଗୁମୁଡ଼ା ବ୍ଲକର ମଧ୍ୟବର୍ତ୍ତୀ ଜାଗାରେ ଥିବା ଯୋଗୁଁ ଏଠାରେ କୋର୍ଟ ସ୍ଥାପନ କଲେ ସମସ୍ତଙ୍କର ସୁବିଧା ହୋଇପାରିବ ବୋଲି କହିଥିଲେ।

ଏଠାରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର ସହଦେଵ କୁଟ୍ରୁକା, ଥାନାଭାରପ୍ରାପ୍ତ ଅଧିକାରୀ ସରିତା ମହାପାତ୍ର, ପୂର୍ବତନ ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପତ୍ରଙ୍କ ସମେତ ବହୁ ପ୍ରମୁଖ ନେତା ଉପସ୍ଥିତ ରହିଥିଲେ। ଏପଟେ କୋର୍ଟ ସ୍ଥାପନାକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ ଜିଲ୍ଲା ଜଜ୍‍ ଉଭୟ ପକ୍ଷକୁ ବୁଝାଇବା ପାଇଁ ଚେଷ୍ଟା କରୁଥିବାର ଦେଖିବାକୁ ମିଳୁଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details