ଓଡିଶା

odisha

By

Published : Jul 21, 2019, 2:41 PM IST

ETV Bharat / state

ଜହ୍ଲାଦ ସ୍ବାମୀ: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମାଳି ଗୁଡ଼ା ଗ୍ରାମରେ ନିଜ ପତ୍ନୀକୁ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ସ୍ବାମୀ ।

ଡିଜାଇନ ଫଟୋ

ନବରଙ୍ଗପୁର: ପାରିବାରିକ କଳହକୁ ନେଇ ସ୍ବାମୀର ବର୍ବରଚିତ କାଣ୍ଡ । ନିଜ ପତ୍ନୀକୁ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ସ୍ବାମୀ । ଏପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ମାଳି ଗୁଡ଼ା ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେହି ଗାଁର ଜୟ ସିଂ ପାଇକ ସ୍ତ୍ରୀ ପାର ପାଇକକୁ ଗତକାଲି(ଶନିବାର) ରାତ୍ର 8ଟାରେ ଏକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛି । ଏନେଇ ହତ୍ୟାକାରୀର ପୁଅ ସିନ୍ଧୁ ପାଇକ ଆଜି ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ଜୟସିଂ ପାଇକକୁ ଗିରଫ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details