ଓଡିଶା

odisha

ETV Bharat / state

ଗଞ୍ଜେଇ ଗାଡ଼ି ଜବତ, ତିନି ଗିରଫ

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପୋଲିସକୁ ବଡ଼ ସଫଳତା । ଗାଡି ଯାଞ୍ଚ କରିବା ସମୟରେ ଏକ କାରରୁ ପ୍ରାୟ ୭୮ କେଜି ଗଞ୍ଜେଇକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି ।

By

Published : Feb 12, 2021, 8:26 AM IST

ଗଞ୍ଜେଇ ଗାଡ଼ି ଜବତ, ତିନି ଗିରଫ
ଗଞ୍ଜେଇ ଗାଡ଼ି ଜବତ, ତିନି ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପୋଲିସକୁ ବଡ଼ ସଫଳତା । ଗାଡି ଯାଞ୍ଚ କରିବା ସମୟରେ ଏକ କାରରୁ ପ୍ରାୟ ୭୮ କେଜି ଗଞ୍ଜେଇକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି ।

ଗଞ୍ଜେଇ ଗାଡ଼ି ଜବତ, ତିନି ଗିରଫ

ସୂଚନା ଅନୁଯାୟୀ, କୋଷାଗୁମୁଡା ପୋଲିସ ଫଟକିବୁମି ନିକଟରେ ଗାଡି ଯାଞ୍ଚ କରିବା ସମୟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି କ୍ରେଜା କାରକୁ ଅଟକାଇଥିଲା ପୋଲିସ । ଉକ୍ତ କାରକୁ ଯାଞ୍ଚ କରିବାରୁ ସେଥିରୁ ପ୍ରାୟ ୭୮ କେଜି ୪ ଶହ ଗ୍ରାମ ଓଜନର ଗଞ୍ଜେଇକୁ ଜବତ କରିଥିଲା ।

ଏଥିରେ ସମ୍ପୃକ୍ତି ଉତ୍ତରପ୍ରଦେଶ ରାଜ୍ୟ ରାଇବେଲି ଜିଲ୍ଲା ଅନ୍ତର୍ଗତ ହରଦାଶପୁର ଅଞ୍ଚଳର ସତ୍ୟନ୍ଦ୍ର ରାୱତ , ରାଜେନ୍ଦ୍ର କୁମାର ଓ ରାଜୁ ରାବତଙ୍କୁ ଗିରଫ କରି ତାଙ୍କ ଠାରୁ ନଗଦ ୧୨ ଶହ ଟଙ୍କା, ୩ ଟି ମୋବାଇଲ ଫୋନ ଓ ବ୍ୟବହୃତ କାରକୁ ପୋଲିସ ଜବତ କରିଥିବା ସୂଚନା ଦେଇଛି ।

କୋଷାଗୁମୁଡା ଥାନା ଏସ.ଆଇ ଏସ.ପି. ଭୋଇ ଓ ଏସ.ଆଇ ଏସ.ବି. ମଙ୍ଗରାଜ ତଦନ୍ତ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details