ଓଡିଶା

odisha

ETV Bharat / state

ହଜିବ ଅପରାଧୀଙ୍କ ନିଦ, ସିସିଟିଭି ସ୍କାନରରେ ନବରଙ୍ଗପୁର

ସାବଧାନ ! କ୍ୟାମେରା ସବୁ ଦେଖୁଛି । ଏହା କୌଣସି ସୋ'ର ଟାଇଟଲ ନୁହେଁ । ଖୋଦ ନବରଙ୍ଗପୁର ଜିଲ୍ଲା ଏଭଳି ଆହ୍ବାନ ଦେଇ ଅପରାଧୀଙ୍କୁ ତାଗିଦା କରୁଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ନବରଙ୍ଗପୁର

By

Published : Jul 11, 2019, 5:00 PM IST

ନବରଙ୍ଗପୁର: ଅପରାଧୀଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର ରଖିବ ନବରଙ୍ଗପୁର ପୋଲିସ । ଏଥିପାଇଁ ଅସ୍ତ୍ର ସାଜିଛି ସିସିଟିଭି କ୍ୟାମେରା । ବଜାର, ଗଳି କନ୍ଦି ପ୍ରତିଟି ପ୍ରମୁଖ ସ୍ଥାନ ଏବେ ସିସିଟିଭି ସର୍ବିଲାନ୍ସରେ ରହିବ । ଆଉ ଏହାର କଣ୍ଟ୍ରୋଲ ଏସ ପି ନିତିନ ଦୁଗୁଡୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପୋଲିସ କରିବ ।

ସିସିଟିଭି କବଜାରେ ଏବେ ସାରା ନବରଙ୍ଗପୁର ସହର । ଗୁରୁତ୍ବପୂର୍ଣ୍ଣ ଟ୍ରାଫିକ ଛକ ସହ ସମସ୍ତ ସାର୍ବଜନୀନ ସ୍ଥାନରେ ସିସିଟିଭି ଲଗାଇ ଅପରାଧ ନିୟନ୍ତ୍ରଣ ଓ ଦୁର୍ଘଟଣା ଏଡ଼ାଇବା ନିମନ୍ତେ ଜିଲ୍ଲା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଛି ସ୍ବତନ୍ତ୍ର ଅଭିଯାନ । ଆଉ ଏହାକୁ ସ୍ବାଗତ କରିଛନ୍ତି ସହର ବାସିନ୍ଦା ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ନବରଙ୍ଗପୁର


ଦିନ ଦ୍ବିପ୍ରହରରେ ଡକାୟତି, ମର୍ଡର, ଲୁଟ ଓ ଦୁର୍ଘଟଣାରେ ରୋକ ଲଗାଇବା ପାଇଁ ଏହା ବେଶ ସହାୟକ ହେବ ବୋଲି ଜିଲ୍ଲାବାସୀ ଆଶାବାଦୀ ଅଛନ୍ତି । ଜିଲ୍ଲା ପୋଲିସ- ପ୍ରଶାସନର ଏଭଳି ପଦକ୍ଷେପକୁ ପ୍ରତିଟି ଜନସାଧାରଣ ଧନ୍ୟବାଦ ଦେବା ସହ ସ୍ବାଗତ କରିଛନ୍ତି ।

ତେବେ କେବଳ ନବରଙ୍ଗପୁର ନୁହେଁ, ରାଜ୍ୟର ପ୍ରତିଟି ଜିଲ୍ଲାରେ ଏପରି ବ୍ୟବସ୍ଥା ରହିବା ଦରକାର । ଯାହା ଫଳରେ ରାଜ୍ୟ ଅପରାଧ ପ୍ରମୁଖ ରାଜ୍ୟ ତାଲିକାରୁ ବାଦ ପଡିବ ବୋଲି କୁହାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details