ଓଡିଶା

odisha

ETV Bharat / state

ଜଳିଗଲା ଧାନଗଦା, ବର୍ଷକର ଅମଳ ପୋଡି ପାଉଁଶ

ନିଆଁ ଲାଗି ଜଳିଗଲା ଦୁଇଟି ଧାନଗଦା । ବର୍ଷଯାକର ଅମଳ ପାଉଁଶ । ସରକାରୀ ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ ଚାଷୀ ।

By

Published : Dec 15, 2019, 5:50 PM IST

fire on rice field
ଧାନଗଦାରେ ନିଆଁ, ଜଳିଗଲା ଦୁଇ ଗଦା

ନବରଙ୍ଗପୁର: ନିଆଁ ଲାଗି ଜଳିଗଲା ଧାନଗଦା । ଡାବୁଗାଁ ବ୍ଲକ ଗଡାଖୁଣ୍ଟା ପଞ୍ଚାୟତ ଅଧିନସ୍ଥ ଡଙ୍ଗରା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଆଜି(ରବିବାର) ସମୟ ପ୍ରାୟ 1ଟା ବାଜି 30ମିନିଟରେ ଧାନଖଳାରେ ଥିବା ଗଦାରେ ନିଆଁ ଲାଗିଯାଇଥିଲା ।

ଧାନଗଦାରେ ନିଆଁ, ଜଳିଗଲା ଦୁଇ ଗଦା

ନିଆଁକୁ ଆୟତ କରିବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ହେଁ ଦୁଇଜଣ ଚାଷୀଙ୍କ ଧାନଗଦା ସମ୍ପୁର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ଶିବ ଭତ୍ରା ଓ ନରସିଙ୍ଗା ଭତ୍ରାଙ୍କ ଧାନଗଦା ସମ୍ପୂର୍ଣ୍ଣ ଜଳିଯାଇଛି । ବର୍ଷଯାକରେ ଅମଳ ଜଳିଯାଇଥିବାରୁ ସରକାରୀ ସହାୟତା ଏକମାତ୍ର ଭରଷା ବୋଲି ସେମାନେ କହିଛନ୍ତି । ତେବେ କେଉଁ କାରଣ ପାଇଁ ନିଆଁ ଲାଗିଲା, ସେ ବିଷୟରେ ସୂଚନା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details