ଓଡିଶା

odisha

ETV Bharat / state

ବିଦ୍ୟୁତ ସଟସର୍କିଟ ଘଟି ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ନଷ୍ଟ

ନବରଙ୍ଗପୁର ସ୍ଥିତ ପତ୍ରକୋଟି ଗାଁରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ସମ୍ପୂର୍ଣ୍ଣ ଘର । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଅଧିକ ପଢନ୍ତୁ...

Fire
ବିଦ୍ୟୁତ ସଟସର୍କିଟ ଘଟି ଅଗ୍ନିକାଣ୍ଡ

By

Published : Jan 15, 2020, 3:24 AM IST

ନବରଙ୍ଗପୁର: ବିଦ୍ୟୁତ ସଟସର୍କିଟ ଘଟି ଅଗ୍ନିକାଣ୍ଡ । ଫଳରେ ଗ୍ୟାସଟାଙ୍କିରେ ନିଆଁ ଲାଗିବାଯୋଗୁଁ ଫାଟିଗଲା ଗ୍ୟାସ ଓ ବାଇକ ଟାଙ୍କି । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପତ୍ରକୋଟି ଗାଁରେ ।

ସୂଚନାମୁତାବକ, ବିକାଶ ଚନ୍ଦ୍ର କରଙ୍କ ଘରେ ଭଡ଼ାରେ ରହୁଥିଲେ ପତ୍ରକଟି ହରିଜନ ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିସ୍ତ୍ରୀ । ରାତି ପ୍ରାୟ ସାଢେ ଏକ ହବ । ଥଣ୍ଡା ପାଇଁ ଶୋଇ ପଡ଼ିଥିଲେ ସମସ୍ତେ । ବିଦ୍ୟୁତ ସଟସର୍କିଟ ହେଇ ଲାଗିଗଲା ନିଆଁ । ଟିକେ ଟିକେ ଗରମ ଲାଗି ଅଣନିଶ୍ବାସ ଲାଗିବାରୁ ଉଠି ନିଆଁ ଲାଗିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ପରିବାର ଲୋକେ । ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଆସି ଅଗ୍ନିଶମ ବିଭାଗକୁ ଖବର ଦେଲେ ।

ବିଦ୍ୟୁତ ସଟସର୍କିଟ ଘଟି ଅଗ୍ନିକାଣ୍ଡ

ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭେଇବା ବେଳକୁ ଗ୍ୟାସ ବାଇକ ହାଣ୍ଡି ଫାଟି ଯାଇଥିଲା । ଗ୍ୟାସ ହାଣ୍ଡି ଫାଟିବାର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖ ପଡ଼ିଶାରେ ହଲଚଲ ହୋଇଯାଇଥିଲା । ଠିକ ସମୟରେ ରାଇଘର ଥାନା ଅଧିକାରୀ ସରିତା ମହାପାତ୍ର ମଧ୍ୟ ଶୁଣି ସଙ୍ଗେସଙ୍ଗେ ପୋଲିସ ଟିମ ଧରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଏହି ବିଷୟରେ ପରିବାର ଲୋକଙ୍କୁ ପଚାରିବାରୁ ଲକ୍ଷ ଟଙ୍କାର ସମ୍ପତ୍ତି ଓ ମୂଲ୍ୟବାନ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିବା କହି ଭରା କଣ୍ଠରେ କହିଛନ୍ତି । ଶେଷରେ ପୂର୍ଣ୍ଣିମା ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କୁ କ୍ଷତି ପୂରଣର ସହଯୋଗ କାମନା କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details