ଓଡିଶା

odisha

ETV Bharat / state

ଗିରଫ କରୁଥିଲା ପୋଲିସ, ଛଡାଇନେଲେ ପରିବାର ଲୋକେ

ନବରଙ୍ଗପୁରରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସମୟରେ ଫେରାର୍ କରାଇଦେଲେ ପରିବାର ଲୋକେ । ବିଭିନ୍ନ ଟିମ୍ ଗଠନ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ...

By

Published : Jun 18, 2021, 9:00 AM IST

ଗିରଫ କରୁଥିଲା ପୋଲିସ, ଛଡାଇନେଲେ ପରିବାର ଲୋକେ
ଗିରଫ କରୁଥିଲା ପୋଲିସ, ଛଡାଇନେଲେ ପରିବାର ଲୋକେ

ନବରଙ୍ଗପୁର: ଜିଲ୍ଲା ଥାନା ଅନ୍ତର୍ଗତ ସାନମସିଗାଁରେ ପୋଲିସ ହାତରୁ ଅଭିଯୁକ୍ତକୁ ଛଡାଇନେଲେ ପରିବାର ଲୋକେ । ପୋଲିସ ଗିରଫ କରିବା ସମୟରେ କୌଶଳରେ ଅଭିଯୁକ୍ତକୁ ଫେରାର୍ କରାଇଦେଇଥିବା ଜଣାପଡିଛି । ଗଞ୍ଜେଇ ବେପାର ସହ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ।

ଗିରଫ କରୁଥିଲା ପୋଲିସ, ଛଡାଇନେଲେ ପରିବାର ଲୋକେ

ସୂଚନା ଅନୁଯାୟୀ ପୋଲିସ ଗିରଫ କରୁଥିବା ଅଭିଯୁକ୍ତ ଜଣକ ସୁବାସ ବିଶୋଇ । ସେ ବିଭିନ୍ନ ମାମଲା ସହ ଗଞ୍ଜେଇ ଚୋରାଚାଲାଣ ମାମଲାର ସମ୍ପୃକ୍ତ ଥିଲା । ସୁବାସ ଘରେ ଥିବା ଖବର ପାଇ ନବରଙ୍ଗପୁର ସଦର ଥାନା ପୋଲିସ ତାଙ୍କୁ ଘରୁ ଗିରଫ କରିବା ସମୟରେ ପରିବାର ଲୋକେ ଏବଂ ଅନ୍ୟମାନେ ପୋଲିସକୁ ବିରୋଧ କରିବା ସହ ପୋଲିସ ସହ ପାଟିତୁଣ୍ଡ କରିଥିଲେ । ଏହି ମୌକାରେ ଅଭିଯୁକ୍ତ ସୁବାସକୁ ପରିବାର ଲୋକେ କୌଶଳ କରି ଫେରାର୍ କରାଇଦେଇଛନ୍ତି ।

ଏନେଇ ଖବର ପାଇ ନବରଙ୍ଗପୁର ଥାନା ଅଧିକାରୀ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୋଲିସ ବିଭିନ୍ନ ଟିମ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତର ଟେର ପାଇପାରିନି । ତେବେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details