ଓଡିଶା

odisha

ETV Bharat / state

ଦଶମୀରେ ମା’ଙ୍କ ପୂଜାର୍ଚ୍ଚନା, ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

ସହରର ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି ଦଶହରା ପୂଜା । ସମୁଦାୟ ଛଅଟି ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନୀଶିନୀ । ଏପଟେ ଅନ୍ତିମ ଦିନରେ ମାଙ୍କ ଦର୍ଶନ କରିବା ପାଇଁ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Oct 8, 2019, 9:45 PM IST

Updated : Oct 8, 2019, 10:16 PM IST

ନବରଙ୍ଗପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁରରେ ମା’ ଦୁର୍ଗାଙ୍କ ଦଶହରା ପୂଜା ପାଳନ ହୋଇଯାଇଛି । ଷଷ୍ଠୀ ଠାରୁ ମଣ୍ଡପରେ ମା' ବିଭିନ୍ନ ରୂପରେ ପୂଜା ପାଇ ଆସୁଥିଲେ । ମଣ୍ଡପରେ ଧୁମଧାମରେ ପାଳନ କରାଯାଇଛି ଦଶହରା ପୂଜା ।

ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ...

ନବରରଙ୍ଗପୁର ସହରର ଚଉରିଆଗୁଡା ଶୋଉତକ ଦୁର୍ଗା ମଣ୍ଡପ, ବାଦମସାହି ଦୁର୍ଗା ମଣ୍ଡପ, ଗୌଡ଼ସାହି ଦୁର୍ଗା ମଣ୍ଡପ, ନୂଆ ବସଷ୍ଟାଣ୍ଡ ଦୁର୍ଗା ମଣ୍ଡପ, ପୋଲିସ ପଡିଆ ଦୁର୍ଗା ମଣ୍ଡପ ଓ କାଠ କରପେଶନ ଦୁର୍ଗା ମଣ୍ଡପରେ ଆଜି ବେଷ ଧୁମ ଧାମରେ ଦଶହରା ପୂଜା କରାଯାଇଛି ।

ପ୍ରତ୍ୟେକ ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ରୀତିନୀତି ଅନୁଯାୟୀ ମା"ଙ୍କର ସମସ୍ତ ପୂଜାର୍ଚ୍ଚନା କରାଯାଇଥିବାବେଳେ ସମୁଦାୟ ସହରରେ ଛଅଟି ସ୍ଥାନରେ ଦଶହରା ପୂଜା ଚାଲିଛି ।

ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ

Last Updated : Oct 8, 2019, 10:16 PM IST

ABOUT THE AUTHOR

...view details