ଓଡିଶା

odisha

ETV Bharat / state

ଭାଲେଣ୍ଟାଇନରେ ଛାତ୍ରୀଙ୍କୁ ବୟଫ୍ରେଣ୍ଡ ଧରି କଲେଜ ଆସିବାକୁ ନୋଟିସ - ବୟଫ୍ରେଣ୍ଡ ବିନା ଛାତ୍ରୀଙ୍କୁ କଲେଜ ନଆସିବାକୁ ନୋଟିସ

ଭାଲେଣ୍ଟାଇନରେ ବୟଫ୍ରେଣ୍ଡ ବିନା କଲେଜ ଆସିବାକୁ କଲେଜରେ ନୋଟିସ । ଉମରକୋଟ ପେଣ୍ଡ୍ରାଣୀ କଲେଜରେ ଏପରି ନୋଟିସ ଲାଗିଥିବାର ଏକ ଫଟୋ ସୋସିଆଲମିଡିଆରେ ଭାଇରାଲ । ଅଧିକ ପଢନ୍ତୁ

Umerkot Pendrani College notice
Umerkot Pendrani College notice

By

Published : Jan 28, 2023, 10:28 AM IST

ନବରଙ୍ଗପୁର:ଜଗତସିଂହପୁର ପରେ ନବରଙ୍ଗପୁର । ବୟଫ୍ରେଣ୍ଡ ବିନା ଛାତ୍ରୀଙ୍କୁ କଲେଜ ନଆସିବାକୁ ନୋଟିସ ଜାରି ହୋଇଛି । ଉମରକୋଟ ପେଣ୍ଡ୍ରାଣୀ କଲେଜରେ ଏପରି ନୋଟିସ ଜାରି ହୋଇଥିବା ନେଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନୋଟିସ୍‌ରେ କଲେଜ ପ୍ରିନ୍ସିପାଲ୍‌ଙ୍କ ଦସ୍ତଖତ ମଧ୍ୟ ରହିଛି । କଲେଜ ପ୍ରିନ୍ସିପାଲଙ୍କ ନାଁରେ ଭାଇରାଲ ହେଉଥିବା ନୋଟିସକୁ ନେଇ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ନୋଟିସ୍‌ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ବେଳେ ଏହା ଏକ ଫେକ୍‌ ନୋଟିସ ହୋଇଥିବା କହିଛନ୍ତି କଲେଜ ପ୍ରିନ୍ସିପାଲ ।

Umerkot Pendrani College notice

ଏଥିରେ ଉଲ୍ଲେଖ ରହିଛି, ଭାଲେଟାଇନ୍ସ ଡେ ସୁଦ୍ଧା ଅର୍ଥାତ ଫେବୃଆରୀ ୧୪ ସୁଦ୍ଧା ପ୍ରତ୍ୟେକ ଛାତ୍ରୀ ଗୋଟିଏ ଗୋଟିଏ ବୟଫ୍ରେଣ୍ଡ କରିବା ବାଧ୍ୟତାମୂଳକ । ନିଜର ସୁରକ୍ଷା ପାଇଁ ଛାତ୍ରୀମାନେ ବୟଫ୍ରେଣ୍ଡ କରିବେ । କିନ୍ତୁ ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଏଥିସହ ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ ଛାତ୍ରୀମାନେ ପରିଚୟପତ୍ର ଭଳି କଲେଜ ପ୍ରବେଶ ଦ୍ବାରରେ ଦେଖାଇ ପ୍ରବେଶ କରିବେ ବୋଲି ମଧ୍ୟ ନୋଟିସରେ କୁହାଯାଇଛି । ସବୁଠୁ ବଡକଥା ହେଉଛି ନୋଟିସ ଶେଷରେ କଲେଜର ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି । ଯାହା ଫେକ୍‌ ବୋଲି କୁହାଯାଉଛି । ଏପରି ଫେକ୍‌ ନୋଟିସକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-viral Notice: ଭ୍ୟାଲେଣ୍ଟାଇନ୍ ଡେ’ରେ ବିନା ବୟଫ୍ରେଣ୍ଡରେ କଲେଜ ମନା !

ଏ ସମ୍ପର୍କରେ କଲେଜ ପ୍ରିନ୍ସିପାଲ ଅନିତା ମାଝୀଙ୍କୁ ପଚାରିବାରୁ ସେ ସହିଛନ୍ତି, ''ନୋଟିସଟି ସମ୍ପୂର୍ଣ୍ଣ ମିଛ । ଭାଇରାଲ ହେଉଥିବା ନୋଟିସ ନମ୍ବରଟି ଗତ ଜାନୁଆରୀ ୨୬ ଓ ସରସ୍ୱତୀ ପୂଜା ପାଇଁ ନୋଟିସ ଜାରି ହୋଇଥିଲା । ଯାହାକୁ କପି କରି କେହି ଦୁର୍ବୃତ୍ତ ତାହାକୁ ଭାଇରାଲ କରିଛି । ଏନେଇ ପୋଲିସକୁ ସୂଚନା ଦିଆଯିବ ।''

ଏବେ ପ୍ରଶ୍ନ ଉଠୁଛି କିଏ ସେହି ଦୁର୍ବୃତ୍ତ, ଯିଏ ଏଭଳି ଏକ ନୋଟିସକୁ ଭାଇରାଲ କରିଛି । ଛାତ୍ରୀଙ୍କ ସମ୍ମାନହାନି ହେଲା ପରି ଏକ ଆପତ୍ତିଜନକ ବିଜ୍ଞପ୍ତି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲେ ବି କେହି ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ତେବେ କିଛିଦିନ ତଳେ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱଂୟଶାସିତ ମହାବିଦ୍ୟାଳୟରେ ମଧ୍ୟ ଏପରି ଏକ ନୋଟିସ ଭାଇରାଲ ହୋଇଥିଲା । ଯେଉଁଥିରେ ଏସଭିଏମ ଅଟୋନୋମସ୍ କଲେଜର ଅଧ୍ୟକ୍ଷ ବିଜୟ କୁମାର ପାତ୍ରଙ୍କ ଦସ୍ତଖତ ରହିଥିଲା । ପରେ ଅଧ୍ୟକ୍ଷ ବିଜୟ କୁମାର ପାତ୍ର ଏହା ଏକ ମିଛ ନୋଟିସ ବୋଲି ପ୍ରତିକ୍ରିୟା ରଖିଥିଲେ ।

ଇଟିଭି ଭାରତ, ନବରଙ୍ଗରୁର

ABOUT THE AUTHOR

...view details