ଓଡିଶା

odisha

ETV Bharat / state

ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ କାର୍ଯ୍ୟାଳୟ ପଛପାର୍ଶ୍ବରୁ ମୃତଦେହ ଉଦ୍ଧାର - Indrabati project administration office'

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ କାର୍ଯାଳୟ ପଛପାର୍ଶ୍ବରୁ ମୃତ ଶରୀର ଉଦ୍ଧାର । ମୃତଙ୍କ ନାଁ ଡମୁ ମୁଦୁଲି (୫୭) । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ..

od_nbg_deadbody recovered
ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ କାର୍ଯ୍ୟାଳୟ ପଛପାର୍ଶ୍ବରୁ ମୃତ ଶରୀର ଉଦ୍ଧାର

By

Published : May 24, 2020, 12:00 AM IST

Updated : May 24, 2020, 11:01 AM IST

ନବରଙ୍ଗପୁର: ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ କାର୍ଯାଳୟ ପଛପାର୍ଶ୍ବରୁ ମୃତ ଶରୀର ଉଦ୍ଧାର ହୋଇଛି । ମୃତଙ୍କ ନାଁ ଡମୁ ମୁଦୁଲି (୫୭) । ସେ ସାଧାରଣ ପରିଚାଳକ କାର୍ଯାଳୟରେ ଚପରାଶି ଭାବେ କାର୍ଯ୍ୟ କରୁଥିବାର ଜଣା ପଡିଛି ।

ଡମୁ ମୁଦୁଲିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପୁଅ ପଦ୍ମନ ମୁଦୁଲି ଏ ନେଇ ଖାତିଗୁଡା ଥାନାରେ ଏତଲା ଦେଇଛନ୍ତି । ଖବର ପାଇ ସଙ୍ଗେ ସଙ୍ଗେ ଖାତିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପଞ୍ଚାନନ ପରିଡା ଓ ସବ ଇନ୍ସପେକେଟର ପର୍ଶୁରାମ ସାହୁ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ପଞ୍ଚନାମା କରି UD CESH NO-4, D-23-5-2020ରେ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ପଠାଇ ଥିବାର ଜଣାପଡିଛି ।

ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ କାର୍ଯ୍ୟାଳୟ ପଛପାର୍ଶ୍ବରୁ ମୃତଦେହ ଉଦ୍ଧାର

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମବାସୀ ଓ ତାଙ୍କ ପରିବାର ପ୍ରକଳ୍ପ ଦାୟିତ୍ୱରେ ଥିବା ମୁଖ୍ୟଯନ୍ତ୍ରୀଙ୍କ ସହାୟକ ତପନ କୁମାର ସାହୁଙ୍କୁ ଫୋନ ଯୋଗେ ଜଣାଇ ଥିଲେ ହେଁ ଫୋନ ସେ ସୁଇଚ ଅଫ କରିଥିଲେ । ଏପରିକି କୌଣସି ପ୍ରକଳ୍ପ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଇ ନ ଥିବା ପୂର୍ବତନ ସରପଞ୍ଚ ସଦାଶିବ ଜାନି ଓ ସମାଜ ସେବୀ ହରେକୃଷ୍ଣ ମୁଦୁଲି ଅଭିଯୋଗ କରିଛନ୍ତି ।

ଏ ନେଇ ମୁଖ୍ୟଯନ୍ତ୍ରୀ ଙ୍କ ସହାୟକ ତପନ କୁମାର ସାହୁ ଏହାକୁ ଖଣ୍ଡନ କରି କେହି ଫୋନ କରିନାହାନ୍ତି କି କେହି କବାଟ ବାଡ଼େଇ ନାହାନ୍ତି ବୋଲି ସଫେଇ ଦେଇଛନ୍ତି । ମୃତଦେହ ସତ୍କାର ପାଇଁ ୫୦୦୦ଟଙ୍କା ତାଙ୍କ ପୁଅକୁ ଦିଆଯାଇଛି । ସରକାରୀ ନିୟମ ଅନୁଯାଇ ଯାହା ସୁବିଧା ଯଥା ସମ୍ଭବ ସାହାଯ୍ୟ କରିବାକୁ କୁହାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 24, 2020, 11:01 AM IST

ABOUT THE AUTHOR

...view details