ଓଡିଶା

odisha

ETV Bharat / state

ପୋଲିସକୁ ସଫଳତା, ଧରାପଡିଲେ 5 ଜଣିଆ ଡକାୟତି ଗ୍ୟାଙ୍ଗ

5 ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏଥିସହ ସେମାନଙ୍କ ଠାରୁ 2 ଲକ୍ଷ 16 ହଜାର ଟଙ୍କା, 31.60ଗ୍ରାମ ସୁନା IIFLରେ ବନ୍ଧକ ରଖି ଆଣିଥିବା ଟଙ୍କାକୁ ମଧ୍ୟ ସିଜ କରିଛି ପୋଲିସ । ଅଧିକ ପଢନ୍ତୁ

By

Published : Mar 22, 2023, 2:13 PM IST

dacoit gang arrested
dacoit gang arrested

dacoit gang arrested

ନବରଙ୍ଗପୁର:ନବରଙ୍ଗପୁର ପୋଲିସକୁ ସଫଳତା । ଧରାପଡିଲେ 5 ଜଣିଆ ଡକାୟତ ଗ୍ୟାଙ୍ଗ । ଏଥିସହ ସେମାନଙ୍କ ଠାରୁ 2 ଲକ୍ଷ 16 ହଜାର ଟଙ୍କା, 31.60ଗ୍ରାମ ସୁନା IIFLରେ ବନ୍ଧକ ରଖି ଆଣିଥିବା ଟଙ୍କାକୁ ମଧ୍ୟ ସିଜ କରିଛି ପୋଲିସ । ତେବେ ସହରର କିଛି ଅଞ୍ଚଳରେ ଲଗାତାର ଚୋରି ହେବାର ଅଭିଯୋଗ ହୋଇ ଆସୁଥିଲା । ଏନେଇ ଗତ 7 ମାର୍ଚ୍ଚରେ R ନାଗରତ୍ନମ ନିଜ ଘରେ ତାଲା ପକାଇ ପରିବାର ସହ ବିଜୟନଗର ଯାଇଥିଲେ । 14 ତାରିଖ ଦିନ ଫେରିବା ପରେ ଦେଖିଲା ବେଳକୁ ଘରେ ଚୋରି ହୋଇଥିବା ନଜରକୁ ଆସିଥିଲା । ପରବର୍ତ୍ତୀ ସମୟରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଥିଲା ।

ସେହିପରି R ନାଗରତ୍ନମଙ୍କ ଘରେ ତାଲା ପଡିଥିବା ଦେଖି ପ୍ରଥମେ ଗ୍ୟାଙ୍ଗର 2 ଜଣ ଅନ୍ୟ ତିନି ଜଣ ସାଙ୍ଗକୁ ଖବର ଦେଇଥିଲେ । ପରେ ପାଞ୍ଚ ଜଣ ଅଭିଯୁକ୍ତ ମିଶି ଆଲମାରୀ ଭାଙ୍ଗି 10 ଲକ୍ଷ ଟଙ୍କା ସହ ଘରେ ଥିବା ସୁନା ଯାହାର ମୂଲ୍ୟ ପ୍ରାୟ 10 ଲକ୍ଷ ହେବ ଏବଂ କିଛି ରୁପା ନେଇ ଚାଲି ଯାଇଥିଲେ । ଏନେଇ ଘଟଣାର ତଦନ୍ତ ପରେ ସ୍ଥାନୀୟ ପିଲା 2 ଜଣକୁ ପୋଲିସ ସନ୍ଦେହରେ ପଚରା ଉଚରା ପାଇଁ ଥାନାକୁ ଆଣିଥିବା ବେଳେ ତଦନ୍ତରେ ଜଣା ପଡିଲା କି ସେମାନେ ଏହି ଚୋରିରେ ସମ୍ପୂର୍ଣ୍ଣ ମାତ୍ରାରେ ସମ୍ପୃକ୍ତ ଅଛନ୍ତି l

ଏଥିସହ ଏହି ଚୋରିରେ ନବରଙ୍ଗପୁର ସହରର ଦଶହରା ପଦାର ଧନୁର୍ଯ୍ୟୟ ହରିଜନ, ରୀତିକ୍ ହରିଜନ, ମେଦ୍ରୀ ସାହିର ଶିବ ହରିଜନ ଓ ସେନାପତି ସାହିର ଅମିର ଭତ୍ରା ହୋଇ ଥିବାବେଳେ ନରସିଂହ ଗୁଡାର ସହଦେବ ନାୟକ ସାମିଲ ଥିବାବେଳେ ଏମାନେ ସମସ୍ତଙ୍କୁ ପୋଲିସ ଗିରଫ କରିଛି । ସେହିପରି ଚୋରି ପଇସାରେ ସେମାନେ କିଣିଥିବା ମୋଟର ସାଇକଲ ଏବଂ ଏକ ବ୍ରାଣ୍ଡେଡ ମୋବାଇଲକୁ ମଧ୍ୟ ଜବତ କରିଛି ପୋଲିସ l ମୋଟାମୋଟି 2 ଲକ୍ଷ 16 ହଜାର ଟଙ୍କା, 98 ଗ୍ରାମ ସୁନା, 430 ଗ୍ରାମ ରୁପା, ଗୋଟିଏ ଆଇ ଫୋନ ଓ ତିନି ଗୋଟି ବାଇକ୍ ଜବତ କରିଛି ପୋଲିସ । ଅନ୍ୟପଟେ ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ ଗତକାଲି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ନବରଙ୍ଗପୁର ପୋଲିସ l ତେବେ ଆଉ କେତେ ଜିନିଷ ହଜିଛି ତାହାର ଆକଳନ କରିବା ସହ ଅଧିକ ତଦନ୍ତ ହେଲେ ସେ ସମସ୍ତ ଜିନିଷକୁ ରିକଭରି କରିହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସଡିପିଓ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details