ଓଡିଶା

odisha

ETV Bharat / state

ସାଇବର ବ୍ଲାକମେଲିଂ, ଯୁବକ ଗିରଫ - nabarangpur

ମୋବାଇଲ ଓ ଇଣ୍ଟରନେଟର ବହୁଳ ବ୍ୟବହାର ଯୋଗୁଁ ଦିନକୁ ଦିନ ସାଇବର ଅପରାଧିକ ମାମଲା ବଢୁଥିବା ବେଳେ ଏହାକୁ ଆପଣେଇ ନେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ। ତେବେ ଏଭଳି ଏକ ଅପରାଧିକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ଗ୍ରାମରେ । ଅଧିକ ପଢନ୍ତୁ...

ସାଇବର ବ୍ଲାକମେଲିଂ ଯୁବକ ଗିରଫ
ସାଇବର ବ୍ଲାକମେଲିଂ ଯୁବକ ଗିରଫ

By

Published : Jul 17, 2021, 9:44 PM IST

ନବରଙ୍ଗପୁର: ମୋବାଇଲ ଓ ଇଣ୍ଟରନେଟର ବହୁଳ ବ୍ୟବହାର ଯୋଗୁଁ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ। ଆଉ facebook, whatsapp, instagram ଭଳି ଆପ୍ ମାଧ୍ୟମରେ ସାଇବର ଅପରାଧକୁ ଆପଣେଇ ନେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ। ତେବେ ଏଭଳି ଏକ ଅପରାଧିକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ଗ୍ରାମରେ । ଏହି ଗ୍ରାମର ସୌରଭ ମଣ୍ଡଳ(ବୟସ ୨୧) ନାମକ ଜଣେ ଯୁବକ ଏଭଳି ଅପରାଧିକ କାର୍ଯ୍ୟରେ ଜଡିତ ଥିବା ଜଣାପଡିଛି। ଅଭିଯୁକ୍ତ ଛାତ୍ର ଜଣକ ଜୟପୁର ବିକ୍ରମଦେଵ କଲେଜ ଯୁକ୍ତ ତିନି ବିଜ୍ଞାନରେ ପାଠ ପଢ଼ୁଥିବା ସୂଚନା ମିଳିଛି। ଛାତ୍ର ଜଣକୁ ସାଇବର କ୍ରାଇମ ଆଧାରରେ ମୁମ୍ବଇ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରି, ଉମରକୋଟ ପ୍ରଥମ ଶେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରିବା ପରେ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମୁମ୍ବାଇ ନେଇ ଯାଇଛନ୍ତି।

ସାଇବର ବ୍ଲାକମେଲିଂ ଯୁବକ ଗିରଫ

ପ୍ରାପ୍ତ ସୂଚନା ଅନୁଯାୟୀ, ମହାରାଷ୍ଟ୍ର ମୁମ୍ବାଇ ମାୟା ନଗରୀର ଜଣେ ମହିଳା ମଡେଲଙ୍କ ଫଟୋ facebook, instagram ମାଧ୍ୟମରେ ଅପଲୋଡ କରି ସେହି ଫଟୋକୁ ବିଭିନ୍ନ ପ୍ରକାର ନଗ୍ନ ରୂପ ଦେଇ ଏଡିଟ କରିଥିଲେ ଓ ପରବର୍ତ୍ତୀ ସମୟରେ ସେହି ମହିଳା ମଡେଲଙ୍କୁ ବ୍ଲାକମେଲ କରି ତାଙ୍କଠାରୁ କିଛି ଟଙ୍କା ଦାବି କରିଥିଲେ । ମହିଳା ମଡେଲ ଜଣକ ଲୋକ ଲଜ୍ୟାକୁ ଡରି ସେ ଟଙ୍କା ମଧ୍ୟ ଦେଇଥିଲେ କିନ୍ତୁ ଏହି ଯୁବକ ଜଣକ ଅତ୍ୟଧିକ ଲୋଭର ବଷବର୍ତ୍ତୀ ହୋଇ ବାରମ୍ବାର ଟଙ୍କା ମାଗିଥିଲେ ଓ ମହିଳା ମଡେଲ ଜଣକ ବ୍ୟତିବ୍ୟସ୍ତ ହୋଇ ସମସ୍ତ ସୋସିଆଲ ମିଡିଆରୁ ନିବୃତ୍ତ ହୋଇଯାଇଥିଲେ। କିନ୍ତୁ ସୌରଭ ଓ ତାଙ୍କର କିଛି ସହଯୋଗୀ, ତାଙ୍କ ଭାଇଙ୍କ ଠିକଣା ବାହାର କରି ପୁଣି ସେହି ମହିଳା ମଡେଲଙ୍କୁ ବ୍ଲାକମେଲ କରି ଅର୍ଥ ଦାବି କରିଥିଲେ । ଫଳରେ ମଡେଲଙ୍କ ଭାଇ ମହାରାଷ୍ଟ୍ର ସାଇବର ପୋଲିସ ନିକଟରେ ଏକ ମାମଲା ରୁଜ୍ଜୁ କରିଥିଲେ ।

କେସ ନମ୍ବର 23/21 ଅନୁଯାଇ ଏହି ମାମଲାଟି ସାଇବର କ୍ରାଇମ ହୋଇ ଥିବାରୁ ମୁମ୍ବାଇ ପୋଲିସ ଏହାକୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ପରେ API ଜୟଦୀପ ୟାଦବଙ୍କ ତତ୍ୱାବଧାନରେ ତିନିଜଣିଆ ଟିମ ଉମରକୋଟ ପୋଲିସର ସହାୟତାରେ ଗତକାଲି(ଶୁକ୍ରବାର) ରାତିରେ ଉମରକୋଟ, ସୁନାବେଡ଼ ସ୍ଥିତ ସୌରଭଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିବା ସହିତ ଗୋଟିଏ ମୋବାଇଲ ଜବତ କରିଛନ୍ତି। ଅନ୍ୟପଟେ ଏହି ଅପରାଧିକ ମାମଲାରେ ଜଡିତ ଥିବା ସୌରଭଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ମୁମ୍ବାଇରୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details