ଓଡିଶା

odisha

ETV Bharat / state

ଛତିଶଗଡକୁ ବେଆଇନ ଭାବେ ଚାଲାଣ ହେଉଥିଲା ଗୋରୁ, ଅଟକାଇଲା ବିଶ୍ବ ହିନ୍ଦୁ ପରିଷଦ - ବେଆଇନ ଗୋଚାଲାଣ

ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଗୋଚାଲାଣ । 37ଟି ଗୋରୁକୁ ଉଦ୍ଧାର କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ.....

cow smuggler arrested in nabrangpur
37ଟି ଗୋରୁ ଉଦ୍ଧାର ,ଜଣେ ଅଭିଯୁକ୍ତ ଗିରଫ

By

Published : Jul 14, 2021, 7:51 AM IST

ନବରଙ୍ଗପୁର:ଦିନକୁ ଦିନ ବଢିବାରେ ଲାଗିଛି ବେଆଇନ ଗୋଚାଲାଣ । 37ଟି ଗୋରୁକୁ ଉଦ୍ଧାର କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ, କୋଷାଗୁମୁଡା ବ୍ଲକ ଦେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ ଛତିଶଗଡ଼ ରାଜ୍ୟକୁ ପ୍ରାୟ ୩୭ଟି ଗାଈ ବେଆଇନ ଭାବେ ଚାଲାଣ ହେଉଥିବା ଖବର ପାଇଥିଲା ବିଶ୍ବହିନ୍ଦୁ ପରିଷଦ ।

ପରେ ହିନ୍ଦୁ ପରିଷଦର ସଦସ୍ୟ ଗୋରୁଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋରୁ ଗୁଡିକୁ ସନ୍ତୋଷପୁର ପଞ୍ଚାୟତର ଡାଧନୁଆ ଗାଁରେ ରଖି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଧରାପଡିଥିବା ଅଭିଯୁକ୍ତର ନାଁ ଲଚୁରାମ କଶ୍ୟପ ବୋଲି ଜଣାପଡିଛି । ତାର ଘର ଛତିଶଗଡ ନଲପାଅଣ୍ଡ ଗାଁରେ ହୋଇଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ABOUT THE AUTHOR

...view details