ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ, କୋଭିଡ ପରିଚାଳନାର କଲେ ସମୀକ୍ଷା

ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସଭା ଗୃହରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁରରେ ସମୀକ୍ଷା ବୈଠକ ଅନୁଷ୍ଠିତ
ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁରରେ ସମୀକ୍ଷା ବୈଠକ ଅନୁଷ୍ଠିତ

By

Published : Jul 15, 2021, 10:43 AM IST

ନବରଙ୍ଗପୁର: ଜିଲ୍ଲା ମିଶନ ଶକ୍ତି ସଭା ଗୃହରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁରରେ ସମୀକ୍ଷା ବୈଠକ ଅନୁଷ୍ଠିତ

କୋରୋନାର ଦ୍ଵିତୀୟ ଲହରର ସଫଳ ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଜି(ଗୁରୁବାର) ସନ୍ଧ୍ୟା ୫.୩୦ ସମୟରେ ଉନ୍ମୋଚନ କରି ସମସ୍ତ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ୧୫୦୦/- ଟଙ୍କାର ସ୍ବତନ୍ତ୍ର କୋରୋନା ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଇପାଇଙ୍କ ତଥ୍ୟ ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ୫୮,୬୨୮ ନିର୍ମାଣ ଶ୍ରମିକ ଏହି ଯୋଜନାରେ ଲାଭବାନ ହୋଇପାରିବେ । କୋରୋନାର ଦ୍ଵିତୀୟ ଲହରୀରେ ନବରଙ୍ଗପୁର ଜିଲ୍ଲାର ୩୫୫୫ ଜଣ ପ୍ରବାସୀ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି। ସେମାନଙ୍କ ଯୋଗ୍ୟତାର ମାପକାଠି ଅନୁଯାୟୀ, ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ପଞ୍ଜିକରଣ କରାଯାଇ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ଗ୍ରହଣ କରାଯିବ।

ଏଯାବତ, ୨୫୪ ଜଣ ପ୍ରବାସୀ ଶ୍ରମିକଙ୍କୁ କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି। ସେହିପରି, କୋଭିଡ ଯୋଗୁଁ ଜିଲ୍ଲାରେ ୩୧୯ ଜଣ ଅନାଥ ଶିଶୁ କିମ୍ବା କୋଭିଡରେ ନିଜ ପିତାଙ୍କୁ ହରାଇଥିବା ଶିଶୁଙ୍କ ମଧ୍ୟରୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ୧୪୪ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ବଳକା ୧୭୫ ଜଣକୁ ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details