ଓଡିଶା

odisha

ETV Bharat / state

ସ୍ବଚ୍ଛ ଭାରତ ମିଶନରେ ଦୁର୍ନୀତି, ଚଳୁ କରୁଛନ୍ତି ଲକ୍ଷଲକ୍ଷ ଟଙ୍କା - congress press meet

ସ୍ବଚ୍ଛ ଭାରତ ମିଶନକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ ପୂର୍ବତନ କଂଗ୍ରେସ ସାସଂଦ ପ୍ରଦୀପ ମାଝୀ। ହିତାଧିକାରୀଙ୍କ ପାଇଁ ଆସୁଥିବା ଟଙ୍କାକୁ ଆତ୍ମସାତ କରୁଛନ୍ତି ପ୍ରଶାସନିକ ଅଧିକାରୀ ବୋଲି ଅଭିଯୋଗ ଆଣିଛି କଂଗ୍ରେସ। ଅଧିକ ପଢ଼ନ୍ତୁ...

corruuption in swachh bharat mission says congress in nabarangpur
ସ୍ବଚ୍ଛ ଭାରତ ମିଶନରେ ଦୁର୍ନୀତି, ଚଳୁ କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

By

Published : Dec 28, 2020, 8:22 AM IST

ନବରଙ୍ଗପୁର: ସ୍ଵଚ୍ଛ ଭାରତ ଯୋଜନାରେ ନାମରେ ଶୌଚାଳୟ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଆସୁଛି। ହେଲେ ଏହି ଟଙ୍କା ଲୋକଙ୍କ କାମରେ ଆସୁନାହିଁ। ହିତାଧିକାରୀଙ୍କ ପାଇଁ ଆସୁଥିବା ଟଙ୍କାକୁ ଆତ୍ମସାତ କରୁଛନ୍ତି ପ୍ରଶାସନିକ ଅଧିକାରୀ। ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନବରଙ୍ଗପୁର ଜିଲ୍ଲପାଳ ଏଥିରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଆଣିଛନ୍ତି।

ସ୍ବଚ୍ଛ ଭାରତ ମିଶନରେ ଦୁର୍ନୀତି, ଚଳୁ କରୁଛନ୍ତି ଲକ୍ଷଲକ୍ଷ ଟଙ୍କା

ଜିଲ୍ଲାର 10ଟି ବ୍ଲକରେ ସର୍ବମୋଟ 2 ଲକ୍ଷ, 98 ହଜାର 62ଟି ଶୌଚାଳୟ ନିର୍ମାଣ କରାଯାଇଥିବା ଦର୍ଶାଯାଇଛି। ଏଥିପାଇଁ 323 କୋଟି, 83 ଲକ୍ଷ, 44ହଜାର ଟଙ୍କା ଅନୁମୋଦନ ହୋଇଛି। ହେଲେ ତୃଣ ମୂଳ ସ୍ଥରରେ ଦେଖିବାକୁ ଗଲେ 50 ପ୍ରତିଶତ ଶୌଚାଳୟ କାମ ଅଧାରେ ପଡ଼ି ରହିଛି। ହିତାଧିକାରୀଙ୍କ ପାଇଁ ଆସୁଥିବା ଟଙ୍କାକୁ ପ୍ରଶାସନିକ ଅଧିକାରୀ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ। ଖୋଦ ନବରଙ୍ଗପୁର ଜିଲ୍ଲାପାଳ ଏଥିରେ ସମ୍ପୃକ୍ତି ରହିଥିବା ସେ କହିଛନ୍ତି।

ପୂର୍ବରୁ ଜିଲ୍ଲାର ଝରୀ ଗାଁ ବ୍ଲକର ଶତାଧିକ ହିତାଧିକାରିଙ୍କ ନାମରେ ଶୌଚାଳୟ କାର୍ଯ୍ୟ ହୋଇଥିବା ଦର୍ଶା ଯାଇଥିଲା। ତେବେ ଏହି ତଥ୍ୟର ସମ୍ପୁର୍ଣ୍ଣ ଭୁଲ ଥିଲା। ଭୁଲ ତଥ୍ୟ ଦେଇ ଟଙ୍କା ଉଠାବାକୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଥାନରେ ଅଭିଯୋଗ କରାଯାଇଛି l ଅଭିଯୋଗ ଆଧାରରେ ଜିଲ୍ଲାପାଳ ସେହି ଅଞ୍ଚଳରେ ପରିଦର୍ଶନ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିଲେ। ଏଥିରୁ ସମ୍ପୁର୍ଣ୍ଣ ବାରି ହୋଇ ପଡ଼ୁଛି ଯେ, ଜିଲ୍ଲାପାଳଙ୍କ ଦୁର୍ନୀତିରେ ସମ୍ପୃତି ରହିଛି। ଏହାକୁ ନେଇ ଜିଲ୍ଲାର ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚିବ କଂଗ୍ରେସ। ସ୍ବଚ୍ଛ ଭାରତ ମିଶନରେ ମିଳିଥିବା ଶୌଚାଳୟ ଅନୁଦାନର ସମୀକ୍ଷା ପରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପାଇଁ ଆବେଦନ କରାଯିବ ବୋଲି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details