ଓଡିଶା

odisha

ETV Bharat / state

କୋରୋନାର କୋକୁଆ ଭୟ, ବିଭିନ୍ନ ଧର୍ମର ମୁଖିଆଙ୍କୁ ସଚେତନ କଲେ ଜିଲ୍ଳାପାଳ

ରାଜ୍ୟ ସରକାର କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ ମଧ୍ୟ କରାଯାଉଛି । ଅଧିକ ପଢନ୍ତୁ...

କୋରୋନାର କୋକୁଆ ଭୟ, ବିଭିନ୍ନ ଧର୍ମର ମୁଖିଆଙ୍କୁ ସଚେତନ କଲେ ଜିଲ୍ଳାପାଳ
କୋରୋନାର କୋକୁଆ ଭୟ, ବିଭିନ୍ନ ଧର୍ମର ମୁଖିଆଙ୍କୁ ସଚେତନ କଲେ ଜିଲ୍ଳାପାଳ

By

Published : Mar 21, 2020, 11:55 PM IST

ନବରଙ୍ଗପୁର: ସାରା ଦେଶରେ ଆତଙ୍କ ଖେଳାଇଛି କୋରୋନା । ସେହିପରି ରାଜ୍ୟ ସରକାର କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ ମଧ୍ୟ କରାଯାଉଛି ।

ଏନେଇ ଶନିବାର ନବରଙ୍ଗପୁର ଅଶୋକ ମେହେଟା ହଲ୍ ଏବଂ ଉମରକୋଟ ପୌରାଞ୍ଚଳ କାର୍ଯ୍ୟାଳୟରେ ବିଭିନ୍ନ ଧର୍ମର ମୁଖିଆଙ୍କୁ ଡାକି ଭିଡ଼ ନିୟନ୍ତ୍ରଣ କରିବାକୁ ପ୍ରଶାସନକୁ ସହାୟତା କରିବାକୁ ଅନୁରୋଧ କରିଥିଲେ ।

କୋରୋନାର କୋକୁଆ ଭୟ, ବିଭିନ୍ନ ଧର୍ମର ମୁଖିଆଙ୍କୁ ସଚେତନ କଲେ ଜିଲ୍ଳାପାଳ

ଶନିବାର ଜିଲ୍ଲାର ଅଧିକାଂଶ ମନ୍ଦିର, ମସଜିଦ୍‌ ଓ ଗିର୍ଜା ଘର ଗୁଡ଼ିକରେ କେବଳ ପୂଜକ ନୀତି ପାଳନ ହେବା ପରେ ଏହାକୁ ବନ୍ଦ କରିଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details