ଓଡିଶା

odisha

By

Published : Jul 11, 2023, 8:44 AM IST

ETV Bharat / state

କଂଗ୍ରେସର ନବରଙ୍ଗପୁର ବଞ୍ଚାଅ ଅନ୍ଦୋଳନ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ତାରା

ମାଳମାଳ ସମସ୍ୟା ଘେରରେ ନବରଙ୍ଗପୁର ଜିଲ୍ଲା । ସରକାରୀ ଅଧିକାରୀଙ୍କ କାର୍ଯ୍ୟକଳାପ ଜିଲ୍ଲାକୁ ଅପଦସ୍ଥ କରିଥିବା ବେଳେ ଜିଲ୍ଲାରେ ଅଫିସରଙ୍କ ଅରାଜକତା ଚଲାଇଥିବା ଅଭିଯୋଗ କରି ନବରଙ୍ଗପୁର ବଞ୍ଚାଅ ଆନ୍ଦୋଳନ କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

cogress save nabarangpur protest
ନବରଙ୍ଗପୁର ବଞ୍ଚାଅ ଆନ୍ଦୋଳନ

ନବରଙ୍ଗପୁର ବଞ୍ଚାଅ ଆନ୍ଦୋଳନ

ନବରଙ୍ଗପୁର:ଅସହାୟ ହୋଇ ପଡିଛି ନବରଙ୍ଗପୁର । ଏହି ଜିଲ୍ଲାରେ ମହିଳା ସୁରକ୍ଷିତ ନୁହଁନ୍ତି । ସ୍ବାସ୍ଥ୍ୟ ଶିକ୍ଷା ସବୁ ବିପର୍ଯ୍ୟସ୍ତ । ମହିଳାଙ୍କ ସାକ୍ଷରତା ମାତ୍ର 3 ପ୍ରତିଶତ । ଜିଲ୍ଲାରେ ବେକାରୀ ସମସ୍ୟା ରହିଛି । ପାଠ ପଢୁଥିବା ପିଲା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି ସ୍କୁଲରେ ଶିକ୍ଷକ ନାହାନ୍ତି । ରାସ୍ତା ନଥିବାରୁ ଗର୍ଭବତୀ ଖଟିଆରେ ବୁହା ହେଉଛନ୍ତି ହେଲେ ନମ୍ବର ୱାନ ଜିଲ୍ଲା ବୋଲି କହୁଛନ୍ତି ସରକାର । ଜିଲ୍ଲା କଂଗ୍ରେସର ନବରଙ୍ଗପୁର ବଞ୍ଚାଓ ଆନ୍ଦୋଳନରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କିଛି ଏମତି କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।

ବିଗତ କିଛି ଦିନ ଧରି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀଙ୍କ କାର୍ଯ୍ୟକଳାପ ଜିଲ୍ଲାକୁ ଅପଦସ୍ଥ କରିଥିବା ବେଳେ ଜିଲ୍ଲାରେ ଅଫିସରଙ୍କ ଅରାଜକତା ଚଲାଇଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଏହାର ପ୍ରତିବାଦରେ ସୋମବାର ଜିଲ୍ଲା କଂଗ୍ରେସ ନବରଙ୍ଗପୁର ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିଛି । ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ସିନିଅର କ୍ଲର୍କଙ୍କୁ ସିଡିପିଓ ଚୌକିରୁ ଠେଲି ଦେବା ଓ ବ୍ଲକ କାର୍ଯ୍ୟାଳୟ ବାହାରେ ଅଭିଯୋଗ ଜଣାଇବାକୁ ଆସି ଲୋକେ ହନ୍ତସନ୍ତ ହେଉଥିବା ବେଳେ କାର୍ଯ୍ୟାଳୟ ପରିସର ଭିତରେ ବିଡ଼ିଓ ଜନ୍ମଦିନ ପାଳନ କରି କେକ୍‌ କାଟିବା ଭଳି ଅନେକ ଘଟଣା ଜିଲ୍ଲାକୁ ନିନ୍ଦିତ କରିଥିବା କହିଛି କଂଗ୍ରେସ ।

ଏହା ବି ପଢନ୍ତୁ...ନବରଙ୍ଗପୁର ଆଦିବାସୀ ସଂସ୍କୃତି ଭବନ ଉଦଘାଟନ ନେଇ ବର୍ଷିଲା କଂଗ୍ରେସ, କହିଲା ସବୁ ଫାର୍ସ

ସାଂସଦ ଓ ବିଧାୟକଙ୍କ ପ୍ରତି ସରକାରୀ କର୍ମଚାରୀଙ୍କ ସମ୍ମାନ ନଥିବା ଅଭିଯୋଗ କରି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଦ୍ଵାରା ଚାଲିଥିବା ପ୍ରତିବାଦ ସହ ସରକାରୀ ଚାକିରିରେ ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି ନେଇ ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆନ୍ଦୋଳନ କରିବ ଜିଲ୍ଲା କଂଗ୍ରେସ । ଏହାର ଶୁଭାରମ୍ଭ ହୋଇ ସାରିଛି । ବୈଠକ ପୂର୍ବରୁ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବି ମା' ଭଣ୍ଡାର ଘରଣୀଙ୍କ ପୀଠରୁ ଏନେଇ ଆଜ୍ଞାମାଳ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା । ବୈଠକ ପରେ ନବରଙ୍ଗପୁରରେ ଥିବା TPSODL କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସର ସମସ୍ତ କର୍ମକର୍ତ୍ତା ମାନେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details