ଓଡିଶା

odisha

ETV Bharat / state

କୋଭିଡ ପରିଚାଳନାରେ ଦୁର୍ନୀତିର ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ - କୋଭିଡ ପରିଚାଳନାରେ ବ୍ୟାପକ ଦୁର୍ନୀତି

ନବରଙ୍ଗପୁର ଜିଲ୍ଲା ପ୍ରଶାସନ କୋରୋନା ପରିଚାଳନାରେ ବ୍ୟାପକ ଦୁର୍ନୀତି କରିଥିବା କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ଅଭିଯୋଗ । ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ । ଅଧିକ ପଢନ୍ତୁ...

କୋଭିଡ ପରିଚାଳନାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ
କୋଭିଡ ପରିଚାଳନାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

By

Published : Jul 17, 2020, 3:18 AM IST

ନବରଙ୍ଗପୁର: ଜିଲ୍ଲା ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ କୋରୋନା ପରିଚାଳନା ପାଇଁ ଆବଶ୍ୟକୀୟ ବିଭିନ୍ନ ଜିନିଷ କିଣାରେ ଦୁର୍ନୀତି ଓ ନିମ୍ନମାନର ରାନ୍ଧା ଖାଦ୍ୟ ପ୍ରଦାନ କରି ଟଙ୍କା ହଡପ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ପ୍ରଦୀପ ।

କୋଭିଡ ପରିଚାଳନାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, ସଂକ୍ରମଣ ରୋକିବା ପାଇଁ ସହରକୁ ବାରମ୍ବାର ସାନିଟାଇଜ କରାଯିବାର ଆବଶ୍ୟକତା ରହିଛି । ହେଲେ ପ୍ରଶାସନ ପକ୍ଷରୁ ଜିଲ୍ଲାର ଦୁଇଟି ସହର ନବରଙ୍ଗପୁର ଓ ଉମରକୋଟକୁ କେବଳ ଦୁଇଥର ଅଗ୍ନିଶମ ବାହିନୀ ଦ୍ବାରା ସାନିଟାଇଜ କରାଯାଇଛି । ଏଥିରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ସେ କହିଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ସରକାର ଯଦି ସ୍ପଷ୍ଟୀକରଣ ନ ଦିଅନ୍ତି, ତାହେଲେ ଆଗାମୀ ଦିନରେ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ABOUT THE AUTHOR

...view details