ନବରଙ୍ଗପୁର: ବଡ଼ଦିନ ପାଇଁ ସବୁଠି ଉତ୍ସବମୁଖର । ପ୍ରଭୁ ଯୀଶୁଙ୍କ ଆଗମନକୁ ନେଇ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ନବରଙ୍ଗପୁରର 5ଟି ଚର୍ଚ୍ଚରେ ଯୀଶୁଖ୍ରୀଷ୍ଟଙ୍କ ଜୟନ୍ତୀ ପାଳନ କରାଯାଉ ଥିବାବେଳେ ଚର୍ଚ୍ଚଗୁଡିକ ଆଲୋକ ମାଳାରେ ଝଲସୁଛି ।
ବଡଦିନ ପାଇଁ ଉତ୍ସବମୁଖର ନବରଙ୍ଗପୁର ସହର
ନବରଙ୍ଗପୁର ସହରରେ ପାଳନ ହେଉଛି ବଡଦିନ । ବେଶ୍ ଉତ୍ସାହ ଓ ଆଗ୍ରହରେ ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠକୁ ନେଇ ସଜେଇ ହୋଇଛି ବିଭିନ୍ନ ଚର୍ଚ୍ଚ ।
ବଡଦିନ ପାଇଁ ଉତ୍ସବମୁଖର ନବରଙ୍ଗପୁର ସହର
ଆଜି ସନ୍ଧ୍ୟାରୁ ପିଲା ଠୁ ବୁଢା ପର୍ଯ୍ୟନ୍ତ ଚର୍ଚ୍ଚରେ ଏକାଠି ହେବା ସହ କ୍ୟାଣ୍ଡେଲ ଜାଳି ସୃଷ୍ଟୀର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କୁ ଆବାହନ କରିବା ପରେ ଉପାସନା କରିବେ । ଯୀଶୁଙ୍କ ଅମୃତ ବାଣୀ ପଠନ, ପ୍ରାର୍ଥନା, ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଛି । ତେବେ ମଧ୍ୟରାତ୍ରୀରେ ବିଶ୍ବ ଶାନ୍ତି, ସ୍ନେହ, ପ୍ରେମ, ତ୍ୟାଗ ଓ ଭାଇଚାରାର ବାର୍ତ୍ତା ନେଇ ଯୀଶୁ ଧରାପୃଷ୍ଠରେ ଅବତରଣ କରିବେ । କେବଳ ଚର୍ଚ୍ଚ ଘର ନୁହେଁ, ଘରେ ଘରେ ଖ୍ରୀଷ୍ଟ ମାସ ଟ୍ରି ଓ ଆଲୁଅରେ ସାଜସଜ୍ଜା କରାଯିବା ସହ ସୁସ୍ବାଦୁ ଭୋଜନର ମଜା ନେଉଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ