ନବରଙ୍ଗପୁର:ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ପଞ୍ଚାୟତ ସିଉନିଗୁଡା ଗ୍ରାମରେ ସ୍ଥାନୀୟ ପ୍ରଶାସନ ବାଲ୍ୟ ବିବାହକୁ ବନ୍ଦ କରିଛି । ଏହାସହିତ ବାଲ୍ୟ ବିବାହର କୁପରିଣତି ସମ୍ପର୍କରେ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବୁଝାଇଥିବା ଦେଖିବାକୁ ମିଳିଛି ।
ବର୍ତ୍ତମାନ ମଧ୍ୟ ଜିଲ୍ଲାର କିଛି ସ୍ଥାନରେ ବାଲ୍ୟ ବିବାହ ଭଳି ଘଟଣା ସାମନାକୁ ଆସୁଛି । ବାଲ୍ୟ ବିବାହ ଭଳି କୁପ୍ରଥାକୁ ଆଜି ମଧ୍ୟ କିଛି ଲୋକ ସମର୍ଥନ କରୁଛନ୍ତି । ତେବେ ଏଭଳି ଏକ ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ବିବାହ ବୟସ ହେବା ପରେ ଉଭୟଙ୍କ ବିବାହ କରାଇବାକୁ ଉଭୟ ପକ୍ଷକୁ ବୁଝାଇଥିଲେ ।