ନବରଙ୍ଗପୁର :ନବରଙ୍ଗପୁର ସହର ସ୍ଥିତ ଛତ୍ରବଟ ଶ୍ମଶାନରେ ୭୩ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହେଇଛି । ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ମହୋତ୍ସବ ପାଳନ ହେବ । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଯାେଗ ଦେଇ ବୃକ୍ଷରୋପଣ କାର୍ଯ୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
୭୩ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ - ୭୩ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ
ଛତ୍ରବଟ ଶ୍ମଶାନରେ ୭୩ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ଓ ସଂସ୍ଥା ପୁରସ୍କୃତ । ଅଧିକ ପଢ଼ନ୍ତୁ
ଗଛର ଆବଶ୍ୟକତା, ଗଛର ମୂଲ୍ୟ, ଆଗମୀ ପୀଢ଼ି ପାଇଁ ଗଛ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବାହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ । ଏହି ସପ୍ତାହକ ମଧ୍ୟରେ ଅନ୍ୟୁନ ଦୁଇ ହଜାର ବୃକ୍ଷ ରୋପଣ କରାଯିବ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଡିଏଫଓ ପ୍ରସନ୍ନ କୁମାର ବେହେରା, ପୌରପରିଷଦ ଅଧ୍ୟକ୍ଷ କୁନୁ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ଓ ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା ।
ଇଟିଭି ଭାରତ, ନବରଙ୍ଗପୁର