ଓଡିଶା

odisha

ETV Bharat / state

ସାପ କାମୁଡାରେ ନାବାଳକ ମୃତ

ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଝରିଙ୍ଗା ବ୍ଲକ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଢେପାଗୁଡା ଗ୍ରାମରେ।

By

Published : Apr 4, 2019, 6:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ନବରଙ୍ଗପୁର/ଝରିଙ୍ଗା: ସାପ କାମୁଡାରେ ଜଣେନାବାଳକଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଝରିଙ୍ଗା ବ୍ଲକ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଢେପାଗୁଡା ଗ୍ରାମରେ ।ମୃତ ନାବାଳକ ଜଣଙ୍କ ହେଲେ ରବିନ୍ଦ୍ର ସାନ୍ତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ନବରଙ୍ଗପୁର

ସୂଚନା ଅନୁଯାୟୀ, ଢେପାଗୁଡା ଗ୍ରାମର ସାଧୁ ସାନ୍ତାଙ୍କ ପୁଅ ରବି ସାନ୍ତା (15) ।ପ୍ରତିଦିନ ଭଳି ବୁଧବାର ମଧ୍ୟ ନିଜ ମାମୁଁଙ୍କ ଘରକୁ ଶୋଇବା ପାଇଁ ଯାଇଥିଲେ । ତେବେ ରାତି ପ୍ରାୟ 11.30 ମିନିଟରେ ସେ ହଠାତ୍ ନିଦରୁ ଉଠି ଯାଇଥିଲେ।କୌଣସି ଅଜଣା ଜନ୍ତୁ କାମୁଡିଥିବା ନେଇ ନିଜ ମାମୁଁଙ୍କୁ ଜଣାଇଥିଲେ।


କ୍ଷତ ଚିହ୍ନରେ ସାପ ଦାନ୍ତ ଚିହ୍ନ ଦେଖିତାଙ୍କୁ ତୁରନ୍ତ ଝରିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଚିକିତ୍ସିତ ଅବସ୍ଥାରେ ହିଁ ରବିନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।


ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ

ABOUT THE AUTHOR

...view details