ନବରଙ୍ଗପୁର:ବିଜୁ ଜନତା ଦଳ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ନବରଙ୍ଗପୁର ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ପୌର ପରିଷଦ ନିର୍ବାଚନ ହାରିଯିବା ଭୟରେ ଶାସକ ଦଳ ବିଜେଡି ସରକାରୀ ବାବୁମାନଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।
ଖାଲି ସେତିକି ନୁହେଁ ନବରଙ୍ଗପୁର ତହସିଲଦାରଙ୍କ ମାଧ୍ୟମରେ ସରକାରୀ ବାବୁଙ୍କ ପାଇଁ କ୍ଲବ ଘର ପାଇଁ ଜାଗା ଚିହ୍ନଟ ହୋଇଛି । ବ୍ୟବସାୟୀ ମାନଙ୍କୁ GST ଚଢାଉର ଭୟ ଦେଖାଯାଉଛି । ବିଜେପି ପାଇଁ ପ୍ରଚାର କରୁଥିବା କର୍ମୀଙ୍କ ସମ୍ପର୍କୀୟଙ୍କୁ ବଦଳିର ଭୟ ଦେଖାଯାଉଛି । ତାସହ ବିଜେପି କର୍ମୀଙ୍କୁ ଅର୍ଥ ଲୋଭ କିମ୍ବା ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି ।