ଓଡିଶା

odisha

ETV Bharat / state

ଗ୍ରାମବାସୀଙ୍କୁ ବିଜେଡି କର୍ମୀଙ୍କ ମାଡ ଅଭିଯୋଗ

ଗ୍ରାମବାସୀଙ୍କୁ ବିଜେଡି କର୍ମୀଙ୍କ ମାଡ ଅଭିଯୋଗ । ବିକାଶ ଲାଗି ପ୍ରତିବାଦ କରି ମାଡଖାଇ ଲହୁ ଲୁହାଣ ହୋଇଛନ୍ତି ଦେବରାଜ ଖରା । ଗତ ରବିବାର ଦିନ ପ୍ରଚାର ପାଇଁ କୁଟ୍ରିଚପର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲେଗାଁ ଯାଇଥିବାବେଳେ ଘଟିଥିଲା ଏହି ଘଟଣା ।

By

Published : Apr 3, 2019, 10:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଗ୍ରାମବାସୀଙ୍କୁ ବିଜେଡି କର୍ମୀଙ୍କ ମାଡ ଅଭିଯୋଗ । ବିକାଶ ଲାଗି ପ୍ରତିବାଦ କରିମାଡଖାଇ ଲହୁ ଲୁହାଣ ହୋଇଛନ୍ତି ଗ୍ରାମବାସୀ ଦେବରାଜ ଖରା। ଗତ ରବିବାର ଦିନ ପ୍ରଚାର ପାଇଁ କୁଟ୍ରିଚପର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲେଗାଁ ଯାଇଥିବାବେଳେଘଟିଥିଲା ଏହି ଘଟଣା । କେବଳ ଏତିକି ନୁହେଁ, ଲୋକଙ୍କୁ ଜୀବନରୁମାରିଦେବାର ଧମକ ମଧ୍ୟ ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ଝରିଗାଁ ନିର୍ବାଚନ ମଣ୍ଡଳୀ ଗତ 19ବର୍ଷ ଧରି ବିଜେଡି କବଜାରେ ରହିଆସିଥିବା ବେଳେ ସ୍ଥାନୀୟ ବିଧାୟକ,ଦୁଇଥର ମନ୍ତ୍ରୀ ଦାୟିତ୍ବରେ ରହି ଆସିଛନ୍ତି । ତେବେ ସ୍ଥାନୀୟ ବାସିନ୍ଦା ଅଞ୍ଚଳରେ ବିକାଶ ହୋଇନଥିବା ଆଣିଛନ୍ତି ଅଭିଯୋଗ ।

ମଙ୍ଗଳବାର ରାତି 12ଟାବେଳେ କିଛି ଦୁର୍ବୃତ୍ତଦେବରାଜ ଶୋଇଥିବା ଅବସ୍ଥାରେ ତାଙ୍କ ଘରକୁ ଯାଇ ତାଙ୍କୁ ଘୋଷାଡି ଆଣି କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ l ଏପରିକି ଦେବରାଜଙ୍କ 70ବର୍ଷରୁ ଊର୍ଦ୍ଧ୍ବବୁଢ଼ୀ ଜେଜେମା କୁ ମଧ୍ୟ ଛାଡ଼ିନଥିଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେବରାଜଙ୍କୁଗ୍ରାମବାସୀ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ପ୍ରାଥମିକ ଚିକିତ୍ସା କରି ଦେବରାଜଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଥିଲେ ।

ବର୍ତ୍ତମାନ ଦେବରାଜ ଚିକିତ୍ସିତ ଅବସ୍ଥାରେ ରହିଥିବାବେଳେ ଗ୍ରାମର ଅନ୍ୟମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଏନେଇ ଦେବରାଜଙ୍କ ପିତା ଦଶମୁଁ ଖରାଥାନାରେ ଏତଲା ଦାଏର କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details