ଓଡିଶା

odisha

ETV Bharat / state

ଚିନ୍ତା ବଢାଉଛି ଗୁଜବ, ଚିକେନ ବ୍ୟବସାୟରୁ ମୁହଁ ଫେରାଉଛନ୍ତି ଚାଷୀ

ସଙ୍କଟରେ ଚିକେନ ବ୍ୟବସାୟ । କେତେବେଳେ ଗୁଜବ ତ ଆଉ କେତେବେଳେ ବାର୍ଡ ଫ୍ଲୁ ଆତଙ୍କ ଭିତରେ ପେଷି ହୋଇଯାଇଛି ବ୍ୟବସାୟ । କୁକୁଡ଼ା ବ୍ୟବସାୟ କରି ରୋଜଗାରର ପନ୍ଥା ଆପଣେଇଥିବା ଲୋକଙ୍କ ପାଇଁ ବର୍ତ୍ତମାନ ନିଜ ବ୍ୟବସାୟର ସ୍ଥିତିକୁ ନେଇ ଚିନ୍ତାରେ ।

ଚିକେନ ବ୍ୟବସାୟରୁ ମୁହଁ ଫେରାଉଛନ୍ତି ଚାଷୀ
ଚିକେନ ବ୍ୟବସାୟରୁ ମୁହଁ ଫେରାଉଛନ୍ତି ଚାଷୀ

By

Published : Jan 30, 2021, 3:40 PM IST

ନବରଙ୍ଗପୁର: ସଙ୍କଟରେ ଚିକେନ ବ୍ୟବସାୟ । ଚିକେନରୁ ବ୍ୟାପୁଛି କୋରୋନା । କେତେବେଳେ ଗୁଜବ ତ ଆଉ କେତେବେଳେ ବାର୍ଡ ଫ୍ଲୁ ଆତଙ୍କ ଭିତରେ ପେଷି ହେଉଛନ୍ତି ନବରଙ୍ଗପୁର ଚିକେନ ବ୍ୟବସାୟୀ । ମାଂସ ଭିତରେ ସାଧାରଣତଃ ଲୋକେ ଚିକେନ ଖାଇବାକୁ ବେଶ ପସନ୍ଦ କରୁଥିଲେ । କିନ୍ତୁ ଗୁଜବରେ ଲୋକେ ଆତଙ୍କିତ ହୋଇ ଚିକେନ ଖାଇବା ଛାଡି ଦେଇଛନ୍ତି । କୋରୋନାର ଭୟାବହତା ଭିତରେ ଲକଡାଉନ ହେତୁ କୁକୁଡ଼ା ବ୍ୟବସାୟରେ ମାନ୍ଦାବସ୍ତା ଦେଖାଦେଇଥିଲା । କୁକୁଡା ବ୍ୟବସାୟୀ ବାଧ୍ୟ ହୋଇ କମ ଦାମ୍‌ରେ କୁକୁଡା ବିକ୍ରି କରୁଥିଲେ ତ ଅନ୍ୟ କେହି କୁକୁଡା ମାଗଣାରେ ବିକ୍ରି କରୁଥିଲେ । ପୁଣି କେହି କେହି କୁକୁଡାକୁ ବାହାରେ ଛାଡି ଦେଇଥିଲେ । କିଛି ମାସ ଯାଏଁ କୁକୁଡ଼ା ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଧୀରେ ଧୀରେ ଗୁଜବ ସନ୍ଦେହ ଦୂର ହେବା ପରେ କୁକୁଡ଼ା ବ୍ୟବସାୟ ଅଣ୍ଟା ସଳଖି ଛିଡା ହେବାର ସ୍ବପ୍ନ ଦେଖୁଥିବା ବେଳେ ପୁଣି ବାର୍ଡ ଫ୍ଲୁ ଆତଙ୍କ ଯୋଗୁଁ ବ୍ୟବସାୟ ଧିମେଇ ଯାଇଛି ।

ଚିନ୍ତା ବଢାଉଛି ଗୁଜବ, ଚିକେନ ବ୍ୟବସାୟରୁ ମୁହଁ ଫେରାଉଛନ୍ତି ଚାଷୀ
ଗୋଟିଏ ପଟେ ଚିକେନ ବ୍ୟବସାୟର ଘୋର ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ କିନ୍ତୁ ସରକାରଙ୍କ ତରଫରୁ ବ୍ୟବସାୟର ଉନ୍ନତି ପାଇଁ କୌଣସି ସଚେତନତା ମୂଳକ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବାର୍ଡ ଫ୍ଲୁ ର ମାମଲା ନଜରକୁ ଆସି ନଥିବା ବେଳେ ଯଦି ସରକାରୀ ସ୍ତରରେ ଲୋକଙ୍କୁ ଏଦିଗରେ ସଚେତନ କରାଯାଏ । ତେବେ ଲୋକଙ୍କ ମନରୁ ଭୟ ଦୂର କରାଯାଇପାରନ୍ତା । ଏବଂ ପୂର୍ବ ଭଳି ବ୍ୟବସାୟ ନିଜ ବେଗରେ ଚାଲିପାରନ୍ତା ।ଉପାନ୍ତ ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଅନେକ ଲୋକେ ଋଣ କରି କୁକୁଡ଼ା ଫାର୍ମ କରି ଭଲ ଦି ପଇସା ରୋଜଗାର କରିବା ଆଶା ରଖିଥିବାବେଳେ ସେମାନେ ମୂଳରୁ ହିଁ ଭାଙ୍ଗିପଡିଛନ୍ତି । ଏଭଳି ସମୟରେ ଅନେକ ଏହି ବ୍ୟବସାୟରୁ ମୁହଁ ଫେରାଇବାକୁ ଉଚିତ ମଣୁଛନ୍ତି । ଏ ସମସ୍ୟା କେବେ ଦୂର ହେବ ତାକୁ ହିଁ ଅପେକ୍ଷା ।ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details