ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ଯୁବକ ଗୁରୁତର,ମେଡିକାଲରେ ଭର୍ତ୍ତି - ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବାଲେଗାଁ ପଞ୍ଚାୟତ ଘଟିଛି ଅଭାବନୀୟ ଘଟଣା। ଭାଲୁ ଆକ୍ରମଣରେ ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି। ଅଧିକ ଖବର ପଢନ୍ତୁ...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର,ମେଡିକାଲରେ ଭର୍ତ୍ତି
ଭାଲୁ ଆକ୍ରମଣରେ ଯୁବକ ଗୁରୁତର,ମେଡିକାଲରେ ଭର୍ତ୍ତି

By

Published : Oct 23, 2020, 7:53 AM IST

ନବରଙ୍ଗପୁର: ଭାଲୁ ଆକ୍ରମଣରେ ଯୁବକ ଗୁରୁତର ଆହତ l ଘଟଣାଟି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବାଲେଗାଁ ପଞ୍ଚାୟତ ଘଟିଛି। ଗୁରୁତର ଯୁବକ ହେଲେ ବରଗୁଡା ଗାଁର ଆଶାରାମ ଗୌଡ। ସେ ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ଆତର୍କିତ ଭାବେ ଆକ୍ରମଣ କରିଥିଲା।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର,ମେଡିକାଲରେ ଭର୍ତ୍ତି

ଆଶାରାମ ଚିତ୍କାର କରିବା ପରେ ଗ୍ରାମବାସୀ ଦୌଡି ଆସିବା ପରେ ଭାଲୁଟି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ଆଶାରାମଙ୍କୁ କ୍ଷତାକ୍ତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details