ନବରଙ୍ଗପୁର: ସରକାର ଶିକ୍ଷା ଓ ଶିଶୁଙ୍କ ବିକାଶ ନାଁ ରେ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ହେଲେ ପ୍ରକୃତରେ ଏହା କେତେ କାମରେ ଆସୁଛି ଦେଖନ୍ତୁ ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଛୁଇଁମାଟିଗୁଡା ଅଙ୍ଗନବାଡି କେନ୍ଦ୍ରର ପ୍ରକୃତ ଚିତ୍ର ।
ବାହାରୁ ଦେଖିଲେ ଚିକ୍କଣ । ଭିତରେ କାନ୍ତ ଫାଟି ଆଁ କଲାଣି । ଚଟାଣରୁ ସିମେଣ୍ଟ ବାହାରି ଗଲାଣି । କେତେବେଳେ କାନ୍ଥ ଭୁଷୁଡି ଯିବ କିଛି ଭରଷା ନାହିଁ । ଏଭଳି ଅସୁରକ୍ଷିତ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ଏହା ହେଉଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତର ଛୁଇଁମାଟି ଗୁଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ଦୃଶ୍ୟ ।
ଏହି କେନ୍ଦ୍ରରେ ୩୦ ରୁ ଅଧିକ ପଢୁଥିବାବେଳେ ଗର୍ଭବତୀ ଓ ପ୍ରସୂତି ମାନେ ଆସିଥାନ୍ତି ଏହି କେନ୍ଦ୍ରକୁ । ହେଲେ ଗୃହର ଏମିତି ଅବସ୍ଥା ଦେଖି ସମସ୍ତଙ୍କ ମନରେ ଏବେ କୋକୁଆ ଭୟ । ଅନ୍ୟପଟେ ଅଙ୍ଗନବାଡି କର୍ମୀ ସବୁବେଳେ ଆସୁନଥିବାରୁ ପିଲାଙ୍କୁ ପାଖରେ ଥିବା କମିଟି ଗୃହ ବାରଣ୍ଡାରେ ପାଠ ପଢାଉଛନ୍ତି ପାଚିକା ।