ଓଡିଶା

odisha

ETV Bharat / state

ଚାକିରୀ ନାମରେ ଲକ୍ଷାଧିକ ଟଙ୍କା ଠକେଇ

କୃଛି ବିଭାଗରେ ଚାକିରୀ କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ । ଅଭିଯୋଗ ପାଇବା ପରେ ପୋଲିସ ଉକ୍ତ ବ୍ୟକ୍ତିକୁ ଅଟକ ରଖିବା ସହ ପଚରା ଉଚରା ଜାରି ରଖିଛି । ଆଗକୁ ପଢନ୍ତୁ..

By

Published : Feb 6, 2020, 4:05 AM IST

alligation-against-tahasil-officer
alligation-against-tahasil-officer

ନବରଙ୍ଗପୁର: କୃଷି ବିଭାଗରେ ଚାକିରୀ କରାଇ ଦେବା ନାମରେ 3 ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ପାପଡାହାଣ୍ଡି ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚଳାଇଛି l ଅଭିଯୁକ୍ତ ଜଣକ ହେଉଛନ୍ତି ପାପଡାହାଣ୍ଡିର ଶରତ ଖଣ୍ଡପାଣି l ସେ ବର୍ତମାନ ତେନ୍ତୁଳୀଖୁଣ୍ଟି ତହସିଲରେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟରତ l

ଚାକିରୀ ନାମରେ ଲକ୍ଷାଧିକ ଟଙ୍କା ଠକେଇ

ଗତ 13/06/2018 ତାରିଖରେ ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ଗ୍ରାମର ନୀଳାମ୍ବର ଦଣ୍ଡସେନା ଏବଂ ସୋରିଷପଦର ଗ୍ରାମର ପୁସ୍କର ଭତରା ଓ ହରିହର ଭତରାଙ୍କୁ ଏଗ୍ରିକଲଚର ସେକ୍ଟରରେ ଚାକିରୀ କରାଇଦେବାକୁ ପ୍ରତିଶୃତି ଦେଇ ପାପଡାହାଣ୍ଡିର ଶରତ ଖଣ୍ଡପାଣି ସେମାନଙ୍କ ଠାରୁ ଏକ ଲକ୍ଷ 30 ହଜାର ଟଙ୍କା ବିଭିନ୍ନ ମାଧ୍ୟମରେ ନେଇଥିଲା l

ପରବର୍ତୀ ସମୟରେ ସେମାନଙ୍କୁ ଏକ ପ୍ରାଇଭେଟ ସଂସ୍ଥା (OSECARD ) ରେ ନିଯୁକ୍ତି କରାଇଦେଇଥିଲେ l ତିନିଜଣ 6 ମାସ ଉକ୍ତ ସଂସ୍ଥା ରେ କାମ କରିଲା ପରେ ମଧ୍ୟ ସେମାନଙ୍କ ଦରମା ନ ମିଳିବାରୁ ସଂସ୍ଥା ଟି ର ସ୍ଥାୟୀତ୍ବ ଉପରେ ପ୍ରଶ୍ନ ଉଠିଥିଲା l ସେହି ତିନିଜଣ ଶରତ ଖଣ୍ଡପାଣିଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ କହିବାରୁ ସେ ଆଜି ଦେବି, କାଲି ଦେବି କହିଁ ଦିନ ଗୋଡ଼ାଇ ଚାଲିଥିଲା l ତେଣୁ ବୁଧବାର ସେମାନେ ପାପଡାହାଣ୍ଡି ଥାନାକୁ ଆସି ଅଭିଯୋଗ କରିଥିଲେ l

ଅଭିଯୋଗ ପାଇବାର ଏକ ଘଣ୍ଟା ମଧ୍ୟରେ ପାପଡାହାଣ୍ଡି ପୋଲିସ ଶରତ ନାମରେ କେସ ନମ୍ବର 14/20 ପଞ୍ଜିକରଣ କରି ପାପଡାହାଣ୍ଡିରୁ ଧରି ଥାନାକୁ ଆଣି ଅଟକ ରଖି ଅଧିକା ତଦନ୍ତ ଚଳାଇଛି l ଅଭିଯୁକ୍ତ ଶରତ ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲା ବେଳେ ବର୍ତମାନ ତେନ୍ତୁଳୀଖୁଣ୍ଟି ତହସିଲରେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି l

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details