ନବରଙ୍ଗପୁର: ବେସରକାରୀ ଫାଇନାନ୍ସ ଗ୍ରୁପଙ୍କ ନାମରେ ଠକେଇ ଅଭିଯୋଗ । ନିରିହ ଗରିବ ଲୋକମାନଙ୍କ ଠୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି ବେସରକାରୀ ସ୍ପଦନା ଫାଇନାନ୍ସ ଗ୍ରୁପର ବ୍ୟାଙ୍କ ମ୍ୟାନେଜର ଓ ଫିଲ୍ଡ ଅଫିସର ବାବୁମାନେ । ଏହିପରି ଏକ ଘଟଣା ସାମନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ।
ସୂଚନା ଅନୁଯାୟୀ, ବେସରକାରୀ ସ୍ପନ୍ଦନା ଫାଇନାନ୍ସ ଗ୍ରୁପ ବିଭିନ୍ନ ଗ୍ରାମର ମହିଳାମାନଙ୍କୁ ନେଇ ଗ୍ରୁପ କରି ୨୫ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଋଣ ଦେଇଥାନ୍ତି। ମାସକୁ ଦୁଇଟି କିସ୍ତି ଅନୁସାରେ ସୁଧମୂଳ ସହିତ ମାସକୁ ଦୁଇ ଥର ଆଦାୟ କରିଥାନ୍ତି। ଏହିପରି ଠକାମିର ଅଭିଯୋଗ ଆସିଛି ରାଇଘର ସ୍ଥିତ ସ୍ପନ୍ଦନା ଫାଇନାନ୍ସ ଗ୍ରୁପଙ୍କ ନାମରେ।
ରାଇଘର ବ୍ଲକ ଛତିଶଗଡ଼ ସିମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ମାକଡ଼ି ଗାଁରୁ ୧୦ ଜଣ ମହିଳାଙ୍କୁ ନେଇ ଏକ ଗ୍ରୁପ କରି ଜଣକ ପିଛା ୨୫ହଜାର ଟଙ୍କା ଲେଖାଏଁ ଋଣ ଦେଇଥିଲେ। ସେମାନେ ପନ୍ଦର ଦିନକୁ ଥରେ ଜଣକ ପିଛା ଗୋଟିଏ କିସ୍ତିରେ ୭୯୦ଟଙ୍କା ହିସାବରେ ୧୦ଜଣଙ୍କର ୭୯୦୦ଟଙ୍କା ସ୍ପନ୍ଦନା ଫାଇନାନ୍ସ ଗ୍ରୁପର ଫିଲ୍ଡ ଅଫିସର ବିଶ୍ବ ରଜନ ବାରିକଙ୍କ ହାତରେ ଜମା ଦେଉଥିଲେ।