ଓଡିଶା

odisha

ETV Bharat / state

କୋଷାଗୁମୁଡା ନାବାଳିକା ଗଣଦୁଷ୍କର୍ମ ଦୋଷୀଙ୍କୁ ମିଳିବେନି ଓକିଲ

କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତଙ୍କ ସପକ୍ଷରେ ଲଢ଼ିବେନି କୌଣସି ଆଇନଜୀବୀ । ମାମଲାରେ ହସ୍ତକ୍ଷେପ ନକରିବାକୁ ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତି । ଅଧିକ ପଢନ୍ତୁ..

By

Published : Dec 19, 2019, 10:48 AM IST

ନାବାଳିକା ଗଣଦୁଷ୍କର୍ମରେ ଦୋଷୀଙ୍କ ମାମଲା ଲଢିବେନି ଓକିଲ ସଙ୍ଘ
ନାବାଳିକା ଗଣଦୁଷ୍କର୍ମରେ ଦୋଷୀଙ୍କ ମାମଲା ଲଢିବେନି ଓକିଲ ସଙ୍ଘ

ନବରଙ୍ଗପୁର: କୋଷାଗୁମୁଡ଼ା ଥାନା ଗୁମଣ୍ଡଳୀ ଗାଁରେ ଗତ 14 ତାରିଖ ଦିନ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣା। ପୋଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି କି ନାହିଁ କିଛି ତଥ୍ୟ ଦେଉନଥିବାବେଳେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ଏକ ବଡ ନିଷ୍ପତ୍ତି ନେଇଛି ।

ନାବାଳିକା ଗଣଦୁଷ୍କର୍ମରେ ଦୋଷୀଙ୍କ ମାମଲା ଲଢିବେନି ଓକିଲ ସଙ୍ଘ

ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ସପକ୍ଷରେ କୌଣସି ଓକିଲ ମାମଲା ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର କୌଣସି ଓକିଲ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମାମଲା ନଲଢ଼ିବା ପାଇଁ ଅପିଲ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ।

ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ପ୍ରଥମେ ମୃତ ପୀତିତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ 2 ମିନିଟ୍ ଶୋକ ସଭା ପରେ ଜିଲ୍ଲା ଓକିଲ ସଂଘ ଏହି ନିଷ୍ପତ୍ତି ନେଇଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details