ନବରଙ୍ଗପୁର: ଗ୍ରାମପଞ୍ଚାୟତର ବିକାଶ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବା ନେଇ ଡିଣ୍ଡିମ ପିଟି ଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । କିନ୍ତୁ ଆଜିବି ଅନେକ ଗାଁ କୁ ସଂଯୋଗ ହେଇ ପାରିନି ପକ୍କା ରାସ୍ତା । ରାସ୍ତା ଅବସ୍ଥା ଖରାପ ଥିବାରୁ ରୋଗୀ, ବୟସ୍କ ନାଗରିକ ଓ ପାଠ ପଡୁଥିବା ଛାତ୍ରଛାତ୍ରୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ନଶୁଣିବାରୁନିଜସ୍ବ ଶ୍ରମଦାନରେ ରାସ୍ତା ମରାମତି କଲେ ସରଗୁଡା ଗଜଲକ୍ଷ୍ମୀ ପୂଜା କମିଟି ସଦସ୍ୟ ।
ଶୁଣିଲାନି ପ୍ରଶାସନ, ନିଜ ଶ୍ରମଦାନରେ ନିର୍ମାଣ କଲେ ରାସ୍ତା - ଶୁଣିଲାନି ପ୍ରଶାସନ
ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ଗୋଟେପଟେ ଗାଁର ବିକାଶ ହୋଇଥିବା କହୁଥିବା ସରକାର କିନ୍ତୁ ଏଠାରେ ଫେଲ ମାରିଛନ୍ତି । ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ନିର୍ମାଣ କଲେ ରାସ୍ତା ।
ଡ଼ିଜାଇନ୍ ଫଟୋ
ଡାବୁଗାଁ ବ୍ଳକ କୋଇଲାରି ପଞ୍ଚାୟତର ସରାଗୁଡା ଗ୍ରାମ ଠାରୁ ଖୁଟୁବାଇ , ଶିବନାଗୁଡା , ଏକମ୍ବା ଏବଂ ମେଦନା ଆଦି ଗ୍ରାମ ଗୁଡିକ ସହ ସଂଯୋଗ କରୁଛି ଏହି ରାସ୍ତା । ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହି ରାସ୍ତା ନିର୍ମାଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପରେ ନିଜସ୍ବ ଉଦ୍ୟମରେ ନିର୍ମାଣ କରିଛନ୍ତି ପ୍ରାୟ ୬୦୦ ରୁ ୮୦୦ ମିଟରର ରାସ୍ତା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ