ଓଡିଶା

odisha

ETV Bharat / state

ଥାନା ହାଜତରୁ ଅଭିଯୁକ୍ତ ଫେରାର

ଥାନା ହାଜତରୁ ଅଭିଯୁକ୍ତ ଫେରାର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ । ଅଧିକ ପଢନ୍ତୁ...

By

Published : Jun 15, 2020, 2:16 PM IST

ଥାନା ହାଜତରୁ ଅଭିଯୁକ୍ତ ଫେରାର
ଥାନା ହାଜତରୁ ଅଭିଯୁକ୍ତ ଫେରାର

ନବରଙ୍ଗପୁର: ଥାନା ହାଜତରୁ ଅଭିଯୁକ୍ତ ଫେରାର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ । ଖବର ମୁତାବକ ଗତକାଲି ଡାବୁଗାଁ ଥାନା ଅଂଚଳରେ ତିନି ଜଣ ଯୁବକ ରାସ୍ତାରେ ଯାତାୟତ କରୁଥିବା ଗାଡି ଗୁଡିକ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଥିଲେ । ଏହି ଘଟଣାରେ ଡାବୁଗାଁ ପୋଲିସ ପ୍ରମୋଦ ସିଂ କନଓ୍ବାର, ଜଲାଟିଓ ଚିଷ୍ଟିଆନ ଓ ହେମଧର ହରିଜନ ନାମକ ତିନି ଜଣକୁ ଗିରଫ କରି ଥାନାକୁ ଆଣିଥିଲା । ହେଲେ ପୋଲିସ ହାଜତରୁ କୌଶଳ କ୍ରମେ ଅଭିଯୁକ୍ତ ହେମଧର ହରିଜନ ଫେରାର ହୋଇଯାଇଥିବା ନେଇ ଡାବୁଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଥାନା ହାଜତରୁ ଅଭିଯୁକ୍ତ ଫେରାର

ସେମାନଙ୍କ ମଧ୍ୟରୁ ଦୁଇ ଜଣକ ଘର ନବରଙ୍ଗପୁର ଜିଲ୍ଲାରେ ହୋଇଥିବାବେଳେ ଜଣକ ଘର ଜଗଦଲପୁର ବୋଲି ଜଣାପଡିଛି । ଉକ୍ତ ତିନି ଜଣକ ମଧ୍ୟରେ ଜଣେ ଛତିଶଗଡ଼ ଜଗଦଲପୁର ଅଂଚଳର ପୋଲିସ କନେଷ୍ଟବଲ ହୋଇଥିବାବେଳେ ସେ କିଛି ଦିନ ହେଲା ଛୁଟିରେ ଥିବା ଜଣାପଡିଛି ।

ଥାନା ହାଜତରୁ ଅଭିଯୁକ୍ତ ଫେରାର

ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଡାବୁଗାଁ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ଅଂଚଳରେ ପୋଲିସ ଟିମ୍ ପଠାଇଥିବା ଜଣାପଡିଛି । ଏ ନେଇ ପୋଲିସ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details