ଓଡିଶା

odisha

ସଇତାନ କବଜାରେ ସାଗରିକା, ଫେରାଇ ଆଣିବାକୁ କାନ୍ଦୁଛି ବଡ ଭଭଣୀ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି କେନାଲ ସାହିର ପ୍ରିୟଙ୍କା ପାଣିଗ୍ରାହୀ । ଛୋଟ ବୟସରେ ବାପା ନରେନ୍ଦ୍ରନାଥ ପାଣିଗ୍ରାହୀ ଓ ମା’ ଅନାଦି ପାଣିଗ୍ରାହୀଙ୍କୁ ହରାଇଥିବା ବେଳେ ସାନ ଭଉଣୀ ବନ୍ଧା ପଡିଛି ତେଲେଙ୍ଗାନାର ଇଟାଭାଟିରେ । ଅଧିକ ପଢନ୍ତୁ....

By

Published : May 25, 2020, 10:49 PM IST

Published : May 25, 2020, 10:49 PM IST

Updated : May 26, 2020, 6:17 PM IST

a-girl-from-nabarangpur-is-in-capture-of-brick-factory-owner-at-hyderabad
ସଇତାନ କବଜାରେ ସାଗରିକା, ଫେରାଇ ଆଣିବାକୁ କାନ୍ଦୁଛି ବଡ ଭଭଣୀ

ନବରଙ୍ଗପୁର: ମା ଚାଲିଗଲା ଆରପାରିକୁ । ତେଲେଙ୍ଗାନା ଇଟାଭାଟିରେ ବନ୍ଧା ରହିଗଲା ସାନ ଭଉଣୀ । ବଳକା ପଇସା ସୁଝିଲେ ସାନକୁ ଛାଡିବ ବୋଲି କହୁଛି ଇଟାଭାଟି ମାଲିକ । ଏହା କୌଣସି ସିନେମାର କାହାଣୀ ନୁହେଁ । ଏହି କାହାଣୀଟି ଏହି ଛୋଟ ଝିଅର, ଦାଦନ ଦୁଃଖର ଆଉ ଏକ କରୁଣ କାହଣୀ ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି କେନାଲ ସାହିର ପ୍ରିୟଙ୍କା ପାଣିଗ୍ରାହୀ । ଛୋଟ ବୟସରେ ବାପା ନରେନ୍ଦ୍ରନାଥ ପାଣିଗ୍ରାହୀ ଓ ମା ଅନାଦି ପାଣିଗ୍ରାହୀଙ୍କୁ ହରାଇଥିବା ବେଳେ ସାନ ଭଉଣୀ ବନ୍ଧା ପଡିଛି ତେଲେଙ୍ଗାନାର ଇଟାଭାଟିରେ । ନିକଟରେ ମାଙ୍କ ଶେଷକୃତ୍ୟ ସାରିଥିବା ଏହି କୁନି ଝିଅଟି ଏବେ ସାନ ଭଉଣୀକୁ ଇଟାଭାଟି ମାଲିକ କବଳରୁ ଫେରାଇ ଆଣିବାକୁ ପ୍ରାଶାସନ ନିକଟରେ ଗୁହାରୀ କରୁଛି ।

ସଇତାନ କବଜାରେ ସାଗରିକା, ଫେରାଇ ଆଣିବାକୁ କାନ୍ଦୁଛି ବଡ ଭଭଣୀ

ସ୍ବାମୀଙ୍କ ଦେହାନ୍ତ ପରେ ଦୁଇ ଝିଅଙ୍କୁ ପାଠ ପଢ଼େଇ ମଣିଷ କରିବା ପାଇଁ ଅନାଦି ଅର୍ଥ ଉପାର୍ଜନ ଆଶା ନେଇ ସାନ ଝିଅ ସାଗରିକାକୁ ଧରି ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟକୁ ଚାଲି ଆସିଲେ । ହାଇଦ୍ରାବାଦର ଏକ ଇଟାଭାଟିରେ ଉଭୟ ମା ଓ ଝିଅ କାମ କରୁଥିଲେ । ମାତ୍ର ହଠାତ୍‌ ଅନାଦିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡାବାରୁ ଲକଡାଉନ ପୂର୍ବରୁ ଇଟା ଭାଟି ମାଲିକ ଅନାଦିକୁ ଘରକୁ ପଠେଇ ଦେଲା । ମାତ୍ର ସାନ ଝିଅକୁ ଇଟା ଭାଟିରେ ରହିବାକୁ କହିଲା । ଆଣିଥିବା ଆଡ଼ଭାନ୍ସ ଟଙ୍କା ନ ଶୁଝିବା ଯାଏ, ଝିଅ ସେଠାରେ ରହିବ ବୋଲି କହୁଛି ଇଟାଭାଟି ମାଲିକ । ତେବେ ଯକ୍ଷ୍ମା ଓ ବ୍ରେନ୍ ମ୍ୟାଲେରିଆରେ ପୀଡ଼ିତ ଥିବା ଅନାଦିଙ୍କ ଗତ ୪ ତାରିଖରେ ମୃତ୍ୟୁ ହୋଇଥିଲା ତାଙ୍କ ଗାଁ ଚନ୍ଦାହାଣ୍ଡିରେ । ଆଉ ଏବେ ସେହି ଇଟାଭାଟି ମାଲିକ କବଳରେ ଏପର୍ଯ୍ୟନ୍ତ ରହିଛି ସାନ ଝିଅ ସାଗରିକା । ସେପଟେ ପ୍ରଶାସନ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରି ଦାୟିତ୍ୱ ସାରିଦେଇଛି ।

ତେବେ ଲକଡାଉନରେ ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କୁ ସରକାର ଫେରାଇ ଆଣୁଥିବା ପରି ପ୍ରିୟଙ୍କାର ସାନ ଭଉଣୀକୁ ଇଟିଭାଟି ମାଲିକ କବଳରୁ ଛାଡାଇ ଆଣନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : May 26, 2020, 6:17 PM IST

ABOUT THE AUTHOR

...view details