ନବରଙ୍ଗପୁର: ପ୍ରଚାରରେ ଆସିଥିବା ଯୁବକଙ୍କ ଗଳିତ ଶବ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗୌଡ଼ସାହିରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ନାମ ଅଭିଜିତ ମଣ୍ଡଳ ବୋଲି ଜଣା ପଡିଛି । କୁସୁମପାଣି ଜଙ୍ଗଲର ଏକ ନାଳରୁ ଉଦ୍ଧାର ହୋଇଛି ତାଙ୍କ ଗଳିତ ମୃତଦେହ ।
ସୂଚନା ମୁତାବକ, ଅଭିଜିତ ଗତ ୯ ତାରିଖରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ଯୋଗ ଦେବା ଲାଗି ଝରିଗାଁ ଆସିଥିଲେ । ହେଲେ ପ୍ରଚାର ସରିବା ପରେ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଜିତଙ୍କୁ ପାଇ ନଥିଲେ । ପରେ ବାପା ଅତୁଲ ମଣ୍ଡଳ ଏନେଇ ଝରିଗାଁ ଥାନାରେ ଏକ ମାମଲା ରୁଜୁ କରିଥିଲେ ।