ଓଡିଶା

odisha

ETV Bharat / state

ନବରଙ୍ଗପୁରରୁ ପୁୁଣି ୮୫ ନୂଆ କୋରୋନା ପଜିଟିଭ

ନବରଙ୍ଗପୁର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୮୫ କୋରୋନା ପଜିଟିଭ l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ସୂଚନା ଦେଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

୮୫ new corona identify in nabarangpur
ନବରଙ୍ଗପୁରରୁ ପୁୁଣି ୮୫ ନୂଆ କୋରୋନା ପଜିଟିଭ

By

Published : Sep 4, 2020, 8:10 PM IST

ନବରଙ୍ଗପୁର: ଜିଲ୍ଲାରେ ଦୃତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୮୫ କୋରୋନା ପଜିଟିଭ l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ସୂଚନା ଦେଇଛି ।

ନବରଙ୍ଗପୁରରୁ ପୁୁଣି ୮୫ ନୂଆ କୋରୋନା ପଜିଟିଭ

ଆଜି ଚିହ୍ନଟ ହୋଇଥିବା ୮୫ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ମ୍ୟୁନସିପାଲିଟିରୁ ୨୯ ଜଣ, ଉମରକୋଟ ମ୍ୟୁନସିପାଲିଟିର ୪ ଜଣ , ନବରଙ୍ଗପୁର ବ୍ଲକରୁ ୪ ଜଣ, ଉମରକୋଟ ବ୍ଲକରୁ ୨, କୋଶାଗୁମୁଡ଼ା ବ୍ଲକରୁ ୩ ଜଣ, ପାପଡାହାଣ୍ଡି ବ୍ଲକରୁ ୪ ଜଣ, ନନ୍ଦାହାଣ୍ଡି ବ୍ଲକରୁ ୩ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ ୧୦ ଜଣ, ଡାବୁଗାଁ ବ୍ଲକରୁ ୩, ରାଇଘର ବ୍ଲକରୁ ୨, ନନ୍ଦାହାଣ୍ଡି ବ୍ଲକରୁ ୨୧ , ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରକୁ ଆସିଥିବା କୋରାପୁଟ ଜିଲ୍ଲା ବୈପାରିଗୁଡା ଓ ବୋରିଗୁମ୍ମା ବ୍ଲକରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।

ଆଜିର ୮୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୩୫୯ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩୯ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୪୧୩ ଜଣ କୋରୋନା ପୋଜେଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସେଥିମଧ୍ୟରୁ ୨୭୬ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details