ଓଡିଶା

odisha

ETV Bharat / state

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 6 ଅସୁସ୍ଥ

ବିଷାକ୍ତ ଛତୁ ଖାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଧିନସ୍ଥ ଦାସପୁର ଗ୍ରାମର ପରିବାରର 6 ଜଣ ଅସୁସ୍ଥ। ଚିକିତ୍ସା ପାଇଁ ସମସ୍ତଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

By

Published : Jun 22, 2019, 8:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଜିଲ୍ଲାର ରାଇଘର ବ୍ଲକ ଅଧିନସ୍ଥ ଦାସପୁର ଗ୍ରାମର ସର୍ଦ୍ଦାର ପରିବାରର 3 ଶିଶୁଙ୍କ ସମେତ ତିନି ଜଣ ମହିଳା ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି।

ଶନିବାର ସକାଳୁ ନିଜ ବାଡ଼ିରୁ ଛତୁ ଆଣି ତରକାରୀ କରି ଖାଇଥିଲେ । ଖାଇ ସାରିବାର କିଛି ସମୟ ପରେ ସେମାନଙ୍କୁ ହଠାତ ମୁଣ୍ଡ ବୁଲେଇ ବାନ୍ତି ହୋଇଥିଲା । ପରେ ପରିବାର ଲୋକେ ଛତୁ ଖାଇ ଅସୁସ୍ଥ ହୋଇଥିବା ଜାଣି ପ୍ରଥମେ ସେମାନଙ୍କୁ ସ୍ଥାନୀୟ ରାଇଘର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଚିକିତ୍ସା କରିବା ପରେ ବର୍ତ୍ତମାନ ସେମାନେ ସମସ୍ତେ ବିପଦ ମୁକ୍ତ ଥିବା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସକ ଡ଼ଃ ସୁମନ୍ତ ରାଉଳ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details