ଓଡିଶା

odisha

By

Published : Oct 9, 2019, 9:08 PM IST

ETV Bharat / state

5T ସମୀକ୍ଷା ପାଇଁ ନବରଙ୍ଗପୁରରେ ସଚିବ ପାଣ୍ଡିଆନ

ରାଜ୍ୟ ଶାସନ ବ୍ୟବସ୍ଥାରେ ଆରମ୍ଭ ହୋଇଛି 5Tର ବ୍ୟବହାର । 5T ମାଧ୍ୟମରେ ସରକାରକୁ ଉତ୍ତରଦାୟୀ କରିବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ 5T ସଚିବ ଏବେ ଜିଲ୍ଲାକୁ ଜିଲ୍ଲା ବୁଲି କରୁଛନ୍ତି ସମୀକ୍ଷା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଆଜି ନବରଙ୍ଗପୁରରେ 5T ସଚିବ ଭିକେ ପାଣ୍ଡିଆନ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଯାଇ ସ୍ଥିତିର ମଧ୍ୟ ସମୀକ୍ଷା କରିଛନ୍ତି । ଏହାସହ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିଛନ୍ତି । ପାଣ୍ଡିଆନଙ୍କ ସହ ଅର୍ଥ ବିଭାଗର ପ୍ରମୁଖ ସଚିବ ଏକେ ମିନା, ଜାତୀୟ ଗ୍ରାମୀଣ ମିଶନର ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ଏହି ସମୟରେ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ; ସମ୍ବାଦଦାତା, ନବରଙ୍ଗପୁର


ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ ତଥା ଉତ୍ତରଦାୟିତ୍ବ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details