ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ଆଜି 417 ଆକ୍ରାନ୍ତ ଚିହ୍ନଟ, 15 ଡେଇଁଲା ମୋଟ ସଂକ୍ରମଣ

ନବରଙ୍ଗପୁର ଜିଲ୍ଲାରେ ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ । ଗତ 24 ଘଣ୍ଟାରେ 417 ଆକ୍ରାନ୍ତ ଚିହ୍ନଟ । 25 ହଜାର ଡେଇଁଲା ମୋଟ ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ....

By

Published : May 16, 2021, 4:30 PM IST

ନବରଙ୍ଗପୁର ଜିଲ୍ଲା କୋରୋନା ଗ୍ରାଫ
ନବରଙ୍ଗପୁର ଜିଲ୍ଲା କୋରୋନା ଗ୍ରାଫ

ନବରଙ୍ଗପୁର: ଜିଲ୍ଲାରେ କରୋନାର ଦ୍ଵିତୀୟ ଲହର ସାଂଘାତିକ ରୂପ ନେଉଛି l ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ କାୟା ବିସ୍ତାର କରିଚାଲିଛି l ଆଜି ପୁଣି ଜିଲ୍ଲାରେ ସର୍ବାଧିକ 417 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 15 ହଜାରକୁ ଟପିଲାଣି ଯାହା ଜିଲ୍ଲାବାସୀଙ୍କ ଚିନ୍ତା ବଢାଇଛି ।

ନବରଙ୍ଗପୁର ଜିଲ୍ଲା କୋରୋନା ଗ୍ରାଫ


ଆଜିର ଚିହ୍ନଟ 417 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଉମରକୋଟ ବ୍ଲକରୁ 81 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 70 ଜଣ, ଝରିଗାଁ 57 ଜଣ, ରାଇଘର ବ୍ଲକରୁ 39 ଜଣ, ଉମରକୋଟ ପୌରାଞ୍ଚଳ 37 ଜଣ, ନନ୍ଦାହାଣ୍ଡି ବ୍ଲକରୁ 32 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 27 ଜଣ, ନବରଙ୍ଗପୁର ବ୍ଲକରୁ 25 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରିତେନ୍ତୁଳିଖୁଣ୍ଟି ବ୍ଲକରୁ 16 ଜଣ, ଡାବୁଗାଁ ବ୍ଲକରୁ 13 ଜଣ, କୋଷାଗୁମୁଡା 12 ଜଣ, ପାପଡାହାଣ୍ଡି ବ୍ଲକରୁ 8 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l


ଆଜିର ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 15 ହଜାର 369ରେ ପହଞ୍ଚିଛି l ସେଥିମଧ୍ୟରୁ 12 ହଜାର 44 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ଆଜି ସୁଦ୍ଧା 3 ହଜାର 213 ଜଣ ସଂକ୍ରମିତ ସକ୍ରିୟ ମାମଲା ରହିଥିବା ବେଳେ ସେଥି ମଧ୍ୟରୁ 3 ହଜାର 43 ଜଣ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 58 ହଜାର 318 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details