ଓଡିଶା

odisha

ETV Bharat / state

ଓକିଲଙ୍କୁ ଧମକ ଦେଇ 4 ଗିରଫ

ପ୍ରଥମେ ବାଇକ ଚୋରି ଆଉ ପରେ ହତ୍ୟା ଧମକ ଦେଇ 4 ଅଭିଯୁକ୍ତ ଗିରଫ । ନବରଙ୍ଗପୁରର ଜଣେ ଓକିଲଙ୍କୁ ଏପରି ହଇରାଣ କରି ଏବେ ପୋଲିସ ହାତରେ 4 ଅଭିଯୁକ୍ତ ।

By

Published : Aug 17, 2019, 10:56 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ନବରଙ୍ଗପୁର

ନବରଙ୍ଗପୁର: ଓକିଲଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଓ ଅପହରଣ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ । ତେବେ ଗିରଫ 4 ଅଭିଯୁକ୍ତ ହେଲେ ମୁଖ୍ୟ ଅଭିଯୁକ୍ତ କୁକୁଡ଼ାବାଇ ଗ୍ରାମର ଶିବୁ ଯୋଶୀ, ସିନ୍ଧିଗୁଡା ଗ୍ରାମର କୃତ୍ତିବାସ ହରିଜନ, ଭାଟିଗାଁର ମଦନ ନାୟକ, ସିନ୍ଧିଗୁଡା ଗ୍ରାମର କୃଷ୍ଣ ବିଷୋୟୀ । ନବରଙ୍ଗପୁର ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ଏନେଇ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସପି ନିତିନ କୁସଲକର ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ନବରଙ୍ଗପୁର

ଗତ ୪ ତାରିଖ ଦିନ ନବରଙ୍ଗପୁର ସହରର ଓକିଲଙ୍କ ମୋଟରସାଇକେଲ କେହି ଚୋରି କରିନେଇଥିଲେ । ପରେ ଶିବୁ ନାମକ ଜଣେ ଯୁବକ ସିନ୍ଧିଗୁଡା ଆମ୍ବତୋଟାକୁ ଆସି ମୋଟର ସାଇକେଲ ନେବା ପାଇଁ ଫୋନ କରି ତାଙ୍କୁ ଜଣାଇଥିଲା । ହେଲେ ଓକିଲ ଜଣକ ଆମ୍ବତୋଟାକୁ ଯିବା ପରେ ପୂର୍ବରୁ ଶିବୁ ସହ ଆଉ ଦୁଇ ଯୁବକ ବନ୍ଧୁକ ଧରି ଲୁଚି ରହିଥିଲେ ।

ଆଉ ଓକିଲଙ୍କ ଛାତିରେ ବନ୍ଧୁକ ରଖି 3 ଲକ୍ଷ ଟଙ୍କା ଦାବି କରିଥିଲେ । ଆଉ ଏହି ଘଟଣା ବାବଦରେ ଆଉ କାହାକୁ କହିଲେ ହତ୍ୟାର ଧମକ ଦେଇଥିଲେ ଅଭିଯୁକ୍ତ । ଏହାପରେ ଲଗାତର ଓକିଲଙ୍କୁ ଫୋନ ମାଧ୍ୟମରେ ଧମକଚମକ ଦେବା ସହ ଟଙ୍କା ମାଗିଥିଲେ । ତେବେ ଓକିଲ ଜଣକ ୧ ଲକ୍ଷ ୯ ହଜାର ଟଙ୍କା ସେମାନଙ୍କୁ ସେହି ସମାନ ସ୍ଥାନରେ ଦେଇଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ ନବରଙ୍ଗପୁର ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ ଓକିଲ । ପୋଲିସ ଘଟଣାରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶିବୁ ସହିତ ଥିବା ଅନ୍ୟ ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୧ ଲକ୍ଷ ଟଙ୍କା ଏବଂ ଦୁଇଟି ମୋଟର ସାଇକଲ ସହ ଦୁଇଟି ମୋବାଇଲ ଜବତ ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details