ନବରଙ୍ଗପୁର: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପୋଲିସର ଚଢାଉ । ଏଠାରେ ରକ୍ତ ଯୋଗାଇ ଦେବା ନାଁରେ ଗରିବ ଲୋକଙ୍କଠାରୁ ହଜାର ହଜାର ଟଙ୍କା ଲୁଟୁଥିବା ତିନି ଦଲାଲଙ୍କୁ ଧରିଲା ପୋଲିସ । ସେମାନଙ୍କୁ ଥାନାରେ ଅଟର ରଖି ପୋଲିସ ପଚରାଉଚୁରା ଜାରି ରଖିଛି ।
ଏହି ଦଲାଲ ମାନେ ରକ୍ତ ଆବଶ୍ୟକ ଥିବା ରୋଗୀଙ୍କ ସମ୍ପର୍କୀୟ ମାନଙ୍କର ଅସହାୟର ଫାଇଦା ଉଠାଇ ସେମାନଙ୍କୁ ରକ୍ତ ଯୋଗାଡ଼ କରିଦେବା ନାଁରେ ହଜାର ହଜାର ଟଙ୍କା ନେଉଥିଲେ । ବହୁଦିନରୁ ଏହି ଅଭିଯୋଗ ହୋଇ ଆସୁଥିବା ବେଳେ ଗୁରୁବାର ନବରଙ୍ଗପୁର ଏସ୍ପିଙ୍କ ନେତୃତ୍ବରେ ହଠାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଚଢ଼ାଉ କରାଯାଇଥିଲା ।