ଓଡିଶା

odisha

ETV Bharat / state

ନବରଙ୍ଗପୁରରେ ପୁଣି 26 କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 500 ପାର

ନବରଙ୍ଗପୁରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିରେ ଲାଗୁନି ବ୍ରେକ୍ । ଏହି କ୍ରମରେ ଜିଲ୍ଲାରେ ଆଜି 26 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା 521କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

By

Published : Aug 16, 2020, 3:41 PM IST

ନରବରଙ୍ଗପୁରରେ ପୁଣି 26 କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 500 ପାର
ନରବରଙ୍ଗପୁରରେ ପୁଣି 26 କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 500 ପାର

ନବରଙ୍ଗପୁର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ନବରଙ୍ଗପୁରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିରେ ଲାଗୁନି ବ୍ରେକ୍ । ଏହି କ୍ରମରେ ଜିଲ୍ଲାରେ ଆଜି 26 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି ।

ତେବେ ଆଜିର ଚିହ୍ନଟ 26 ଜଣଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ପାପଡାହାଣ୍ଡି ଓ ନନ୍ଦାହାଣ୍ଡି ବ୍ଲକରୁ ଚିହ୍ନଟ ହୋଇଛନ୍ତି । ଉଭୟ ବ୍ଲକରୁ 10 ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁର ସହରରୁ ୩ ଜଣ, ଉମରକୋଟ ସହରରୁ ୨ ଜଣ ଏବଂ ଉମରକୋଟ ବ୍ଲକରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୨୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 521ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୨ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବି ୧୪୭ ଜଣ କୋରୋନା ପଜିଟିଭ ଚିକିତ୍ସାଧୀନ ଥିବାବେଳେ ସେଥିମଧ୍ୟରୁ ୫୪ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ନରବରଙ୍ଗପୁରରେ ପୁଣି 26 କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା 500 ପାର

କୋରୋନା ମୁକାବିଲା ପାଇଁ ଜିଲ୍ଲାରେ ଟେଷ୍ଟିଂ ହାରକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଶନିବାର ୧୦୮୪ ଜଣଙ୍କ ରାପିଡ୍ ଟେଷ୍ଟ ହୋଇଥିବା ନେଇ ଜିଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details