ଓଡିଶା

odisha

By

Published : Jul 27, 2020, 12:54 PM IST

ETV Bharat / state

ନବରଙ୍ଗପୁର ଥାନାରେ ପଶିଲା କୋରୋନା, 2 ଯୋଦ୍ଧା ଆକ୍ରାନ୍ତ

ନବରଙ୍ଗପୁରରେ ମାଡି ଚାଲିଛି କୋରୋନା । ସାଧାରଣ ଲୋକଙ୍କ ଠାରୁ କୋରୋନା ଯୋଦ୍ଧା ସମସ୍ତେ ଏବେ କୋରୋନା କବଳରେ । ଅଧିକ ପଢନ୍ତୁ...

ନବରଙ୍ଗପୁର ଥାନା ରେ ପଶିଲା କୋରୋନା
ନବରଙ୍ଗପୁର ଥାନା ରେ ପଶିଲା କୋରୋନା

ନବରଙ୍ଗପୁର ଆଜି ଜିଲ୍ଲାରୁ ପୁଣି ଦୁଇ କୋରୋନା ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ କୋରୋନା ଯୋଦ୍ଧା ରହିଛନ୍ତି । ସେମାନେ ନବରଙ୍ଗପୁର ସଦର ଥାନାର ଦୁଇ କର୍ମଚାରୀ ବୋଲି ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ନବରଙ୍ଗପୁର ଥାନା ରେ ପଶିଲା କୋରୋନା

ସଦର ଥାନାର ଦୁଇ କର୍ମଚାରୀ କୋରୋନା ପଜିଟିଭ ବାହାରିଥିବା ନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଥିଲା । ଏହା ପରେ ଦୁଇ କୋରୋନା ଯୋଦ୍ଧାଙ୍କୁ ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ଧରି ସଦର ଥାନା ବନ୍ଦ ରଖାଯିବା ସହ ସାନିଟାଇଜ କରାଯାଇଥିଲା । ଆଜି ଠାରୁ ଥାନା ଖୋଲା ହୋଇ ସ୍ୱାଭାବିକ ଭାବେ ଚାଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୧୫ରେ ପହଞ୍ଚିଛି । ଏଥିସହ କୋରୋନା ଚିହ୍ନଟ ହୋଇଥିବା ସାହି ଏବଂ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଘର କୁ ଘର ବୁଲି ସମସ୍ତ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଥିବା ଜିଲ୍ଲାପାଳ କହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details