ଓଡିଶା

odisha

ନବରଙ୍ଗପୁରରୁ ପୁଣି 17 ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ 24 ଘଣ୍ଟା ଭିତରେ 17 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Nov 16, 2020, 4:19 PM IST

Published : Nov 16, 2020, 4:19 PM IST

ନବରଙ୍ଗପୁରରୁ ପୁଣି 17 ପଜିଟିଭ୍ ଚିହ୍ନଟ
ନବରଙ୍ଗପୁରରୁ ପୁଣି 17 ପଜିଟିଭ୍ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ହାର କମିବା ସହିତ ଜିଲ୍ଲାର 10ଟି ବ୍ଲକରୁ ମଧ୍ୟ ସଂକ୍ରମଣ ହାର ଖୁବ୍ କମ ହୋଇଛି। ଗତ 24 ଘଣ୍ଟା ଭିତରେ ଜିଲ୍ଲାରୁ 17 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 15 ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ନବରଙ୍ଗପୁରରୁ ପୁଣି 17 ପଜିଟିଭ୍ ଚିହ୍ନଟ

ସୋମବାର ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଉମରକୋଟ ବ୍ଲକରୁ 5 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ ଚିହ୍ନଟ ହୋଇଥିବା ବେଳେ ଝରିଗାଁ, କୋଷାଗୁମୁଡା, ଡାବୁଗାଁ ବ୍ଲକରୁ 2 ଜଣ ଲେଖାଏଁ ଏବଂ ସେହିପରି ନବରଙ୍ଗପୁର ପୌରାଞ୍ଚଳ ଓ ପାପଡାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଏଥିସହିତ ବର୍ତ୍ତମାନ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା 5,622ରେ ପହଞ୍ଚିଛି। ସେଥିରୁ ସମୁଦାୟ 5,421 ଜଣ ସୁସ୍ଥ ହୋଇସାରିଥିବାବେଳେ 158 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ 120ଜଣ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଥିବାବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 1ଲକ୍ଷ 6 ହଜାର 828 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details