ଓଡିଶା

odisha

ETV Bharat / state

ନବରଙ୍ଗପୁରରୁ ଦିନକରେ 143 କୋରୋନା ଆକ୍ରାନ୍ତ ଚିହ୍ନଟ - ନବରଙ୍ଗପୁର

ରାଜ୍ୟରେ ଲଗାତାର ଭାବେ କୋରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ କୋରୋନା ତାର ଆତଙ୍କରାଜ ଜାରି ରଖିଛି। ଦୈନିକ ପଜିଟିଭ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ଭିତରେ ଜିଲ୍ଲାରେ 143 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୁଣି ନବରଙ୍ଗପୁରରୁ 143 କୋରୋନା ଆକ୍ରାନ୍ତ ଚିହ୍ନଟ
ପୁଣି ନବରଙ୍ଗପୁରରୁ 143 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Sep 24, 2020, 5:18 PM IST

ନବରଙ୍ଗପୁର: ରାଜ୍ୟରେ ଲଗାତାର ଭାବେ କୋରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ କୋରୋନା ତାର ଆତଙ୍କରାଜ ଜାରି ରଖିଛି। ଦୈନିକ ପଜିଟିଭ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ଭିତରେ ଜିଲ୍ଲାରେ 143 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୁରୁବାର ଚିହ୍ନଟ 143 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 81ଜଣ, ନବରଙ୍ଗପୁର ବ୍ଲକରୁ 16 ଜଣ, ପାପଡାହାଣ୍ଡି ବ୍ଲକରୁ 16 ଜଣ, ନନ୍ଦାହାଣ୍ଡି ବ୍ଲକରୁ 16 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 5 ଜଣ, ଉମରକୋଟ, ରାଇଘର ବ୍ଲକରୁ 4 ଜଣ , ତେନ୍ତୁଳୀଖୁଣ୍ଟି, ଝରିଗାଁ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୁଣି ନବରଙ୍ଗପୁରରୁ 143 କୋରୋନା ଆକ୍ରାନ୍ତ ଚିହ୍ନଟ

ଗୁରୁବାର ନବରଙ୍ଗପୁର ପୌରାଞ୍ଚଳରୁ ସର୍ବାଧିକ 81 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 63, 595 ଜଣଙ୍କ ସ୍ୱାବ୍ ପରୀକ୍ଷା କରାଯାଇ ଥିବା ବେଳେ ସେଥିମଧ୍ୟରୁ 3258 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ 2322 ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାଛଡା ଏବେ ବି ଜିଲ୍ଲାରେ 918 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ଚିକିତ୍ସାଧୀନ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ 715 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ABOUT THE AUTHOR

...view details