ଓଡିଶା

odisha

ETV Bharat / state

ଗୋଟିଏ ବୁଥ୍‌ରେ ରେକର୍ଡ ବ୍ରେକର 1275 ଭୋଟର

ସୁରୁଖୁରୁରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଏନେଇ କେତେକ ସ୍ଥାନରେ କମ୍‌ ବୁଥ୍‌ ସଂଖ୍ୟା ଯୋଗୁଁ ଭୋଟରଙ୍କ ଭିଡ ଦେଖିବାକୁ ମିଳିଥିବାବେଳେ କିଛି ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି ରେକର୍ଡ ବ୍ରେକର ଭୋଟର ସଂଖ୍ୟା ।

By

Published : Apr 11, 2019, 9:46 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ସୁରୁଖୁରୁରେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ଏନେଇ କେତେକ ସ୍ଥାନରେ କମ୍‌ ବୁଥ୍‌ ସଂଖ୍ୟା ଯୋଗୁଁ ଭୋଟରଙ୍କ ଭିଡ ଦେଖିବାକୁ ମିଳିଥିବାବେଳେ କିଛି ମତଦାନ କେନ୍ଦ୍ରରେ ଦେଖିବାକୁ ମିଳିଛି ରେକର୍ଡ ବ୍ରେକର ଭୋଟରଙ୍କ ସଂଖ୍ୟା । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ଅଧୀନସ୍ଥ ଧାମନାଗୁଡା ପଞ୍ଚାୟତର ଏକମ୍ବା ଗ୍ରାମରେ 1275 ଜଣ ଭୋଟର ମତଦାନ କରି ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଅନ୍ୟପଟେ ବୁଥ୍‌ରେ ଭୋଟରଙ୍କ ଭିଡ ଯୋଗୁଁ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଥିବାରୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀମାନେ ଏହାକୁ ନିନ୍ଦା କରିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଗୋଟିଏ ସ୍ଥାନରେ ଦୁଇଟି ବୁଥ୍‌ ଖୋଲିବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

ପ୍ରକାଶ ଯେ ଗୁରୁବାର ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଭୋଟର୍ସଙ୍କର ମତଦାନ ଜାରି ରହିଥିଲା । ଏହାପରେ ମଧ୍ୟ ପ୍ରାୟ 400ରୁ ଊର୍ଦ୍ଧ୍ବ ଭୋଟର୍ସଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details